ଭୁବନେଶ୍ବରରେ ଆଉ ୬ କରୋନା ପଜିଟିଭ ଚିହ୍ନଟ, ୫ ଜଣ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ବର ୩୦/୦୬: ରାଜଧାନୀରେ ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରୁ ୧୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।  ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୩୨୦ ଛୁଇଁଥିବା ବେଳେ୧୮୫ ଜଣ ସୁସ୍ଥ ହୋଇଛନ୍ତି। ୪ ଜଣ ମୃତ୍ୟୁ ଘଟିଛି। ବର୍ତ୍ତମାନ ୧୩୦ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲଛି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଚିହ୍ନଟ ହୋଇଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ବାରେଣ୍ଟାଇନ୍‌ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣ ୫୬ ବର୍ଷିୟ (ପୁରୁଷ) ରେଲଓ୍ବେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ କିଛି ଦିନ ପୂର୍ବରୁ ଦିଲ୍ଲୀରୁ ଫେରିବା ପରେ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିଲେ। ସେହିଭଳି ଆଜି ଭୁବନେଶ୍ବରରେ ୫ଜଣ ସ୍ଥାନୀୟ ସଂକ୍ରମତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶିରିପୁର ଲକ୍ଷ୍ମିପୁର ବସ୍ତିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ଜଣ ମହିଳା , ଜଣେ ପୁରୁଷ ଆକ୍ରାନ୍ତ ଅଛନ୍ତି। ସଂପୃକ୍ତ ଆକ୍ରାନ୍ତ ମାନେ କରୋନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ପଜିଟିଭ ହୋଇଛନ୍ତି। ସେହିପରି ବମିଖାଲ କେନାଲ ରୋଡ୍ ଅଞ୍ଚଳରୁ ଜଣେ ୧୩ ବର୍ଷିୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତ ଜଣ ସଂକ୍ରମିତ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ସେହଭଳି ଅନ୍ୟ ଜଣେ ଆକ୍ରାନ୍ତ ଚନ୍ଦ୍ରଶେଖପୁର ବିଡିଏ କଲୋନି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ଜଣକ ୩୨ ବର୍ଷିୟ ପୁରୁଷ ଅଟନ୍ତି। ଏହି ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାରୁ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ସଂକ୍ରମିତ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ସୂଚନା ଦିଆଯାଇଛି।

ସେହିପରି ଆଜି ୧୧ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ମଞ୍ଚେଶ୍ବର ଅଞ୍ଚଳର ୫ଜଣ, ବାଣୀବିହାର ଅଞ୍ଚଳରୁ ଜଣେ ଓ ୩ଜଣ ରେଲଓ୍ବେ କର୍ମଚାରୀ ଥିବା ସୂଚନା ଦିଆଯାଇଛି।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା