ଏୟାର ଇଣ୍ଡିଆର ୫ ପାଇଲଟ୍ କରୋନା ପଜିଟିଭ, କିଛି ଦିନ ତଳେ ଚୀନରୁ ଫେରିଥିଲେ

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ସଂକ୍ରମଣ ହାତ ଦ୍ରୁ ଗତିରେ ବଢିବାରେ ଲାଗିଛି। କୁହାଯାଉଛି ଯେ, ଏୟାର ଇଣ୍ଡିଆର ୫ ପାଇଲଟ୍ ମଧ୍ୟ ଏବେ କରୋନା ପଜିଟିଭ ବୋଲି ଜଣାପଡିଛନ୍ତି। ଏହି ସମସ୍ତ ପାଇଲଟ୍ ମୁମ୍ବାଇର ଥିଲେ ଓ ଏବେ କାର୍ଗେ ଅପରେସନରେ କାମ କରୁଥିଲେ। ନିକଟରେ ସମସ୍ତେ ଚୀନରୁ ଫେରିଥିଲେ।

କୁହାଯାଉଛି ଯେ, ଏହି ପାଇଲଟମାନେ ଚୀନର ଗୁଆଙ୍ଗଝୋଉ ପାଇଁ କାର୍ଗେ ଅପରେସନ୍ (ମାଲବାହାକ ଉଡାଣ)​‌ରେ କାମ କରୁଥିଲେ। ଏହି ପାଇଲଟଙ୍କ ସମ୍ପର୍କରେ ଆସୁଥିବା ସମସ୍ତ ଲୋକଙ୍କୁ ଟ୍ରେସ୍ ଏବଂ ଯାଞ୍ଚ କରିବା କାମ ଆରମ୍ଭ ହୋଇଛି। ପାଇଲଟଙ୍କୁ ମେଡିକାଲ ଅବଜରଭେସନରେ ରଖାଯାଇଚି। ତାଙ୍କର ପରିବାର ସଦସ୍ୟଙ୍କୁ ମଧ୍ୟ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଛି।

ଏହି ପାଇଲଟମାନେ ୧୮ ଅପ୍ରେଲରେ ଚୀନର ଗୁଆଙ୍ଗଝୋଉରୁ ଉଡାଣ ଆରମ୍ଭ କରିଥିଲେ। ଭାରତ ଆସିବା ପରେ ତାଙ୍କ ଭିତରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଳା। ତେବେ ପରେ ଯେତେବେଳେ ଏହି ପାଇଲଟମାନଙ୍କର ଯାଞ୍ଚ କରାଯାଇଥିଲା, ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା।

   ସମ୍ବନ୍ଧିତ ଖବର


ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଦରମା ମାଗିବାରୁ ସେଲସମ୍ୟାନକୁ ଜୀଅନ୍ତା ଜାଳିଦେଲା ମଦ ଭାଟି ମାଲିକ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା