ଭାରତ ୫ ରାଫେଲ ଆଣୁ କିମ୍ବା ୫୦୦, ଆମେ ପ୍ରସ୍ତୁତ ଅଛୁ- ପାକିସ୍ତାନ ସେନା ମୁଖପାତ୍ରଙ୍କ ଅଦ୍ଭୁତ ମନ୍ତବ୍ୟ

ନୂଆଦିଲ୍ଲୀ,୧୪।୮ ଭାରତୀୟ ବାୟୁସେନାରେ ରାଫେଲ ଫାଇଟର ଜେଟ୍ ସାମିଲ ହେବାପରେ ପାକିସ୍ତାନର ଚିନ୍ତା ବଢିଯାଇଛି। କିନ୍ତୁ ଏଭଳି ସମୟରେ ପାକିସ୍ତାନ ସେନା କିନ୍ତୁ ମୁହଁ ଫୁଟାଣି ମାରିବା ଛାଡିନି। ଏଇ ଯେପରି  ଗୁରୁବାର ପାକିସ୍ତାନ ସେନା ଭାରତର ସେନା ଖର୍ଚ୍ଚ ବଢାଇବାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ରାଫେଲ ସମ୍ପର୍କରେ ମଧ୍ୟ ଆଲୋଚନା କରିଛି।

ପାକିସ୍ତାନ ସେନାର ମୁଖପାତ୍ର ଜେନେରାଲ ବାବର ଇଫତିକାର ଭାରତର ସେନା ଖର୍ଚ୍ଚ ଓ ପ୍ରତିରକ୍ଷା ବଜେଟରେ ବୃଦ୍ଧିକୁ ନେଇକୁ ନେଇ ପାକିସ୍ତାନ ଚିନ୍ତିତ। କିନ୍ତୁ ଭାରତକୁ ଫ୍ରାନ୍ସରୁ ୫ଟି ରାଫେଲ ଜେଟ୍ କିଣିବା ପରେ ପାକ୍  ସେନା ମଧ୍ୟ କୌଣସି ଆକ୍ରମର କଡା  ଜବାବ୍ ଦେବାକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି।

ଇଫତିଆର କହିଛନ୍ତି, ଯେଉଁଭଳି ଭାବରେ ଫ୍ରାନ୍ସରୁ ରାଫେଲ ଭାରତ ପହଁଞ୍ଚାଇବା ପାଇଁ ରାସ୍ତାକବର କରିଥିଲା, ଏହାଦ୍ବାରା ତାଙ୍କର ଅସୁରକ୍ଷିତ ସ୍ତର ସମ୍ପର୍କରେ ଜଣାପଡୁଛି। ସେଭଳି ୫ଟି ରାଫେଲ କିଣିବା କିମ୍ବା ୫୦୦, ଆମକୁ କିଛି ଫରକ୍ ପଡୁନି। ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛୁ ଓ ଆମକୁ ନିଜର କ୍ଷମତା ଉପରେ କୌଣସି ସନ୍ଦେହ ନାହିଁ। ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଓ ନିଜର କ୍ଷମତା ଉପରେ କୌଣସି ସନ୍ଦେହନ ନାହିଁ। ଆମେ ଏହି କଥାକୁ ପ୍ରଥମେ ମଧ୍ୟ ପ୍ରମାଣିତ କରି ସାରିଛୁ ଓ ରାଫେଲ ଆସିବାରେ କୌଣସି ଅସୁବିଧା ନାହିଁ ଆଗାମୀ ଦିନରେ। କିନ୍ତୁ ତାଙ୍କର ପ୍ରତିରକ୍ଷା ଖର୍ଚ୍ଚ ଓ ଆମର ପ୍ରତିରକ୍ଷା ବଜେଟର ଫରକ୍ କ୍ଷେତ୍ରରେ ପାରମ୍ପାରିକ ସନ୍ତୁଳନକୁ ପ୍ରଭାବିତ କରୁଛି। ଏବେ ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ସମୁଦାୟକୁ ଧ୍ୟାନ ଦେବା ଦରକାର।

   ସମ୍ବନ୍ଧିତ ଖବର


ରେଡ୍ ଲାଇଟରୁ ଉଦ୍ଧାର ହୋଇଥିବା ଓଡିଆ କିଶୋରୀଙ୍କୁ ମିଳିଲା ୯ ଲକ୍ଷ

ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’