୫ଟି ସ୍ୱତନ୍ତ୍ର ଟ୍ରେନ୍ ଆସୁଛନ୍ତି ପ୍ରବାସୀ ଓଡିଆ,‌ ଆଜି ପହଞ୍ଚିବେ ୫ ହଜାରରୁ ଅଧିକ ପ୍ରବାସୀ

ଭୁବନେଶ୍ୱର ୧୦/୫: ଶନିବାର ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଅଭିମୁଖେ ୫ଟି ସ୍ୱତନ୍ତ୍ର ଟ୍ରେନ୍‌ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଛି । ଗୁଜରାଟରୁ ୩ଟି, ମହାରାଷ୍ଟ୍ରର ପାନଭେଲରୁ ଗୋଟିଏ ଓ ତାମିଲନାଡୁର ଚେନ୍ନାଇରୁ ଗୋଟିଏ ଟ୍ରେନ୍‌ ଓଡ଼ିଶା ଆସୁଛି । ଏହି ଟ୍ରେନ୍‌ ରବିବାର ସୁଦ୍ଧା ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍‌ ଓ ଟିଟିଲାଗଡ଼ରେ ପହଞ୍ଚିବ ।
ପ୍ରଥମ ଟ୍ରେନ୍‌ଟି ସୁରଟରୁ ଜଗନ୍ନାଥପୁର ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶନିବାର ଟ୍ରେନ୍‌ ବିଶୋଧନ ପରେ ଦିନ ଗୋଟାଏରେ ଓଡ଼ିଶା ଅଭିମୁଖେ ଯାତ୍ରା କରିଥିଲା । ଟ୍ରେନ୍‌ ଛାଡ଼ିବା ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରତ ଜିଲ୍ଲା ଓ ଅନ୍ୟ ସରକାରୀ ପଦାଧିକାରୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିଥିଲେ । ଏହି ଟ୍ରେନ୍‌ ରବିବାର ଅପରାହ୍ନ ୧ଟାରେ ଜଗନ୍ନାଥପୁରରେ ପହଞ୍ଚିବ । ଏହି ଟ୍ରେନ୍‌ରେ ୧୧୮୦ ଜଣ ପ୍ରବାସୀ ଓଡ଼ିଆ ଆସୁଛନ୍ତି ।

ସେହିପରି ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ଅପରାହ୍‌ଣ ୪ଟାରେ ଛାଡ଼ିଥିଲା । ଯାହା ରବିବାର ଅପରାହ୍ନ ୪ଟାରେ ଜଗନ୍ନାଥପୁରରେ ପହଞ୍ଚିବ । ଏଥିରେ ମଧ୍ୟ ୧୧୮୧ ପ୍ରବାସୀ ଓଡ଼ିଆ ଆସୁଛନ୍ତି । ୧୦ ତାରିଖରେ ସୁରଟରୁ ଜଗନ୍ନାଥପୁର ଅଭିମୁଖେ ୩ଟି ଟ୍ରେନ୍‌ ଆସିବ । ଅହମ୍ମଦାବାଦରୁ ଖୋର୍ଦ୍ଧା ଅଭିମୁଖେ ଦୁଇଟି ଟ୍ରେନ୍‌ ଛାଡ଼ିଥିବା ବେଳେ ଗୋଟିଏ ଟ୍ରେନ୍‌ ମୁମ୍ବାଇର ପାନଭେଲରୁ ଟିଟିଲାଗଡ଼ ଅଭିମୁଖେ ଛାଡ଼ିଛି । ସେହିପରି ଗୋଟିଏ ଟ୍ରେନ୍‌ ଚେନ୍ନାଇରୁ ଜଗନ୍ନାଥପୁର ଛାଡ଼ିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ସମସ୍ତ ଟ୍ରେନ୍‌ ରବିବାର ଦିନ ପହଞ୍ଚିବେ ବୋଲି ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ରାଜ୍ୟରେ ପୁଣି ୧୬ ଜୀବନ ନେଲା କୋଭିଡ୍, ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୩୩ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ପାର୍

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ କରୋନା