PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଥାନା, ଡାକ୍ତରଖାନା ପରେ ଏବେ ଉଚ୍ଚଶିକ୍ଷାନୁଷ୍ଠାନ : ବିଳମ୍ବରେ ଆସିଲେ, ଅନୁପସ୍ଥିତ ରହିଲେ ବାଜିବ 5-T ଖଣ୍ଡା

ଭୁବନେଶ୍ୱର,୧୩।୧୨ : ଥାନା ଓ ଡାକ୍ତରଖାନା ପରେ ଏବେ ଉଚ୍ଚଶିକ୍ଷାନୁଷ୍ଠାନ ପାଳି । ମନ ଇଚ୍ଛା କଲେଜ ଆସିବା ଚଳିବ ନାହିଁ । ଦରଖାସ୍ତ ନ ଦେଇ ଛୁଟିରେ ରହିବା ଆଦିକୁ ଉଚ୍ଚଶିକ୍ଷା ବିଭାଗରେ ବି ବରଦାସ୍ତ କରାଯିବ ନାହିଁ । ଏଣିକି ଉଚ୍ଚଶିକ୍ଷା ବିଭାଗରେ ବି ଝୁଲିବ ‘୫-ଟି’ ଖଣ୍ଡା । ବିଭାଗକୁ ‘୫-ଟି’ରେ ସାମିଲ କରାଯିବ । ଉଚ୍ଚଶିକ୍ଷା ବିଭାଗରୁ ଏ ବାବଦରେ ନୋଡାଲ୍‌ ଅଫିସର୍‌ ମଧ୍ୟ ନିଯୁକ୍ତ କରାଯାଇଛି । ବିଭାଗର ଉପସଚିବ ସ୍ନିଗ୍ଧା ଚମ୍ପତିରାୟଙ୍କୁ ନୋଡାଲ୍‌ ଅଫିସର୍‌ କରାଯିବା ସହିତ ଆଗାମୀ ଦିନରେ ଉଚ୍ଚଶିକ୍ଷା ବିଭାଗରେ ‘୫ଟି’ ନିୟମକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ବାବଦରେ ୧୭ଟି ପଏଣ୍ଟ୍‌ କରାଯାଇଛି । ଯାହାକୁ ଯାଞ୍ଚ ବେଳେ କଡ଼ାକଡ଼ି ଭାବେ ବିଚାରକୁ ନିଆଯିବ ।

ରାଜ୍ୟର ବିଭିନ୍ନ କଲେଜଗୁଡିକରେ ଛାତ୍ରବୃତ୍ତି ନେଇ ଭିନ୍ନ ଭିନ୍ନ ସମସ୍ୟା ଦେଖା ଯାଉଥିବାରୁ ଶୀଘ୍ର ଏକ ଛାତ୍ରବୃତ୍ତି ପରିଷଦ ବା ସ୍କଲାରସିପ୍‌ କାଉନସିଲ୍‌ ଗଠନ କରାଯିବ । ସେହିପରି ପ୍ରତିଦିନ କଲେଜରେ ୭ ଘଣ୍ଟା ରହିବା ନିୟମ ପୂର୍ବାପେକ୍ଷା କଡାକଡ଼ି ହେବ । ସମସ୍ତ କଲେଜରେ ବାୟୋମେଟ୍ରିକ୍‌ ମେସିନ୍‌ ଲାଗିବ । ସବୁଠୁ ବଡ କଥା ହେଲା ଅଧ୍ୟାପକ ଅଧ୍ୟାପିକାଙ୍କ ପାଠପଢା ଶୈଳୀ ଓ ଗବେଷଣା ଆଦି ବାବଦରେ ଫିଡ୍‌ ବ୍ୟାକ୍‌ ଦେବେ ଛାତ୍ରଛାତ୍ରୀ । ସାମ୍ସ୍‌ ମାଧ୍ୟମରେ ଏହି ଫିଡ୍‌ ବ୍ୟାକ୍‌ ଦିଆଯାଇପାରିବ । ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ରାଜ୍ୟ ତଥା ଦେଶ ବାହାରର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପଠାଯିବ । ବିଶ୍ୱବିଦ୍ୟାଳୟ ଓ ବଡ କଲେଜଗୁଡିକରେ କ୍ୟାରିଅର୍‌ କାଉନସେଲିଂ ସେଲ୍‌ କାର୍ଯ୍ୟକ୍ଷମ ହେବ । ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର୍‌ ଶିକ୍ଷା, ସ୍ପୋକନ୍‌ ଇଂଲିଶ୍‌ ଭଳି ବିଭିନ୍ନ ନିଯୁକ୍ତିଭିତ୍ତିକ ତାଲିମ ଦିଆଯିବ ।

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଦିଆଯାଉଥିବା କୋଚିଂର ଗାଇଡଲାଇନ୍‌ରେ ପରିବର୍ତ୍ତନ କରାଯିବ । ଆବଶ୍ୟକ ହେଲେ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ବାହାରକୁ କୋଚିଂ ପାଇଁ ପଠାଯିବ । ନାକ୍‌ କିମ୍ବା ବିଭିନ୍ନ ପ୍ରକାରର ସର୍ବଭାରତୀୟ ର‌୍ୟାଙ୍କିଂରେ କଲେଜଗୁଡିକର ମାନ୍ୟତା ବୃଦ୍ଧି ହେଲେ ଉଭୟ କଲେଜ ଓ ତା’ର ଶିକ୍ଷକମାନଙ୍କୁ ଇନସେନଟିଭ୍‌ ଦିଆଯିବ । ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକ ବିଭିନ୍ନ ବିଭାଗ କିମ୍ବା ବିଷୟରେ ଉତ୍କର୍ଷ କେନ୍ଦ୍ର ଖୋଲି ଦେଶ ଓ ଦେଶ ବାହାରର ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବେ । ପ୍ରତି କଲେଜରେ ‘ମୋ କଲେଜ’ ଗଠନ କରାଯିବ । ଏଥିରେ ପୂର୍ବତନ ଛାତ୍ରଛାତ୍ରୀ ସାମିଲ ହୋଇ କଲେଜର ବିକାଶ ପାଇଁ ସହଯୋଗର ହାତ ବଢାଇବେ । ବିଶେଷ କରି କଲେଜଗୁଡିକରେ ଉଭୟ ଶିକ୍ଷକ ଓ ଅଣଶିକ୍ଷକଙ୍କ ବଦଳି ପାଇଁ ସମାନୁପାତିକ ବଦଳି ନୀତି ଲାଗୁ ହେବ । ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକ ହେଲେ କଲେଜଗୁଡିକରେ ଥିବା ପରିଚାଳନା ପରିଷଦ ଓ ନିର୍ବାହୀ ପରିଷଦର ଗାଇଡଲାଇନରେ ପରିବର୍ତ୍ତନ କରାଯିବ । କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର ବିଭିନ୍ନ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଓ ନିର୍ଦ୍ଦେଶାଳୟରେ ଖାଲି ପଡିଥିବା ପଦବୀଗୁଡିକ ଶୀଘ୍ର ପୂରଣ କରାଯିବ ।

ସେହିପରି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଆସିବ ବି ପରିବର୍ତ୍ତନ । ପରୀକ୍ଷା ଦେବା ପାଇଁ ସର୍ବନିମ୍ନ ୭୫% ଉପସ୍ଥାନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ ହେବ । ତେବେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ ପାଇଁ କରାଯାଇଥିବା ନିୟମରେ ପରିବର୍ତ୍ତନ କରାଯିବ । ଆଉ ରାଜ୍ୟସ୍ତରୀୟ ତାଲିକା ନକରି ଏଣିକି ଜିଲ୍ଲା ଓ ବ୍ଲକସ୍ତରୀୟ ତାଲିକା ହେବ । ତେବେ ମେଧାବୀ ତାଲିକାରେ ଥିବା ଆର୍ଥିକ ସ୍ୱଚ୍ଛଳ ପରିବାରର ଛାତ୍ରଛାତ୍ରୀ ଲାପଟପ୍‌ ପାଇବାରୁ ବଞ୍ଚିତ ହେବେ । ଛାତ୍ରବୃତ୍ତି ତାଲିକା ପ୍ରସ୍ତୁତି ସମୟରେ ମଧ୍ୟ ସମାନ ନିୟମ ଲାଗୁ ହେବ । ଛାତ୍ରବୃତ୍ତି ତାଲିକା ପ୍ରସ୍ତୁତ ବେଳେ ରାଜ୍ୟସ୍ତରୀୟ ତାଲିକା ନହୋଇ ଜିଲ୍ଲା ଓ ବ୍ଲକସ୍ତରୀୟ ତାଲିକା ହେବ । ଫଳରେ ପ୍ରତି ଜିଲ୍ଲା ଓ ବ୍ଲକର ଛାତ୍ରଛାତ୍ରୀ ଉପକୃତ ହେବେ । ତେବେ ଉପରୋକ୍ତ ନିୟମଗୁଡିକ ମଧ୍ୟରୁ କିଛି ନିୟମ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ କାର୍ଯ୍ୟକାରୀ କରିବା ଆରମ୍ଭ ହୋଇଥିବା ବେଳେ ଅନ୍ୟଗୁଡିକ ଆଗାମୀ ଦିନରେ ଲାଗୁ ହେବ ବୋଲି ବିଭାଗୀୟ ଚିଠିରେ ସୂଚନା ଦିଆଯାଇଛି ।