୧୫ ଅଗଷ୍ଟରେ ମାଗଣାରେ ବଣ୍ଟାଯିବ ହେଲମେଟ୍,କରିପାରିବେ ଅନଲାଇନ୍ ରେଜିଷ୍ଟେ୍ରସନ୍

ନୂଆଦିଲ୍ଲୀ,୨୬।୭: ଆଜମେର ଯୁବକଙ୍କୁ ସମର୍ପିତ ସଂସ୍ଥା ଶହୀଦ ଭଗତ ସିଂ ଯୁବକ ସଭା ପକ୍ଷରୁ ଆଗାମୀ ୧୫ ଅଗଷ୍ଟରେ ୫ହଜାର ୫୫୫ଟି ହେଲମେଟ୍ ମାଗଣାରେ ବିତରଣ କରାଯିବ। ଏହି ଅବସରରେ ପ୍ରତିବର୍ଷ ଭଳି ସହରର ବିଭିନ୍ନ ମାର୍ଗରେ ରାଷ୍ଟ୍ରରକ୍ଷା ସଂକଳ୍ପ ରାଲି ମଧ୍ୟ ବାହାର କରାଯିବ। ସଂସ୍ଥାର ମୁଖ୍ୟ ବିଜୟ ତତ୍ବବେଦୀ, ସୁରେଶ ଶର୍ମା, ଏସପି ଗାନ୍ଧି ଓ ଚନ୍ଦ୍ରଭାନ ପ୍ରଜାପତି କହିଛନ୍ତି ଆଇଏସଆଇ ମାର୍କା ଥିବା ହେଲମେଟ ମାଗଣାରେ ପାଇବା ପାଇଁ www.bhagatsinghajmer.com ଓ୍ବେବସାଇଟରେ  ରେଜିଷ୍ଟେ୍ରସନ କରିବାକୁ ହେବ।

ରେଜିଷ୍ଟେ୍ରସନ୍ ଆରମ୍ଭ ୨୭ ଜୁଲାଇ ସକାଳ ୮ଟାରୁ ହେବ। ଅର୍ଥାତ ରାଲିରେ ଭାଗ ନେଉଥିବା ଦୁଇଚକିଆ ବାହନ ଚାଳକ ଓ୍ବେବସାଇଟକୁ ଲଗଇନ୍ କରି ନିଜର ରେଜିଷ୍ଟେ୍ରସନ୍ କରିପାରିବେ।  ଓ୍ବେବସାଇଟରେ ମଗାଯାଇଥିବା ସମସ୍ତ ସୂଚନା ପୋଷ୍ଟ କରିବା ପରେ ରେଜିଷ୍ଟେ୍ରସନ ହୋଇପାରିବ।

୫,୫୫୫ଟି ରେଜିଷ୍ଟେ୍ରସନ୍ ହୋଇଯିବା ପରେ ରେଜିଷ୍ଟେ୍ରସନର କାମ ବନ୍ଦ ହୋଇଯିବ। ସେ କହିଛନ୍ତି ୩-୪ ଅଗଷ୍ଟରେ ନିର୍ଦ୍ଧାରିତ କେନ୍ଦ୍ରରୁ ସେମାନେ ନିଜର ପ୍ରବେଶ ପତ୍ର ପାପ୍ତ କରିପାରିବେ। ଏହି ପ୍ରବେଶ ପତ୍ର ଆଧାରରେ ୧୫ ଅଗଷ୍ଟ ମଧ୍ୟାହ୍ନ ୩ଟା ବେଳେ ରିଜିଓନାଲ କଲେଜ ନିକଟରେ ହେଲମେଟ୍ ଦିଆଯିବ। ହେଲମେଟ୍ ପାଇବାକୁ ଆସୁଥିବା ଲୋକଙ୍କର ନିଜର ଦୁଇଚକିଆ ବାହାନ ହେବା ଦରକାର। ଏହି ହେଲମେଟ ବିତରଣର ଲକ୍ଷ୍ୟ ହେଉଛି ଲୋକଙ୍କୁ ସୁରକ୍ଷା ପ୍ରତି ସଚେତନ କରିବା।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now