
ଆପଣ ଏହି ଥଣ୍ଡା ସିଜିନ୍ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି କି ? ତାହେଲେ ଆପଣ ଚେହେରାକୁ ଚମକେଇବା ପାଇଁ ପ୍ରସ୍ତୁତି ଏବେଠୁ ଆପଣ କରିଦିଅନ୍ତୁ । ଆଜିକାଲି ବ୍ୟୁଟି ପାର୍ଲରରେ ମଧ୍ୟ ବିବାହ ପୂର୍ବରୁ ଫେୟାରନେସ୍ ଟ୍ରିଟ୍ମେଣ୍ଟ ଆରମ୍ଭ ହୋଇଯାଏ । ଏହାଠୁ ବେଶୀ ଭଲ ହେବ ଆପଣ ଯଦି ଏହି ଚମକ ଘରୋଇ ଉପାୟରେ ପାଇ ପାରିବେ ।
ବିବାହର ଖାସ୍ ଦିନର ପ୍ରସ୍ତୁତି କରିବାରେ ସବୁଠୁ ପ୍ରଥମେ କିଛି କଥା ଜାଣିନେବା ଆପଣଙ୍କ ପାଇଁ ଭଲ ରହିବ । ଏହି ସମୟରେ ଆପଣ ଚିନ୍ତା ବା ଅବସାଦରେ ରହିବା ଉଚିତ୍ ନୁହେଁ । ଚିନ୍ତା କରିବାର ଖରାପ ପ୍ରଭାବ ଆପଣଙ୍କ ଚେହେରା ଓ ସ୍କିନ୍ ଉପରେ ସ୍ପଷ୍ଟ ଦେଖା ଦେବ । ଏହା ବ୍ୟତୀତ ଆଉ କିଛି ଛୋଟ ଛୋଟ ଉପାୟ ଆପଣାଇ ମଧ୍ୟ ଆପଣ ନିଜବ ବିବାହ ଦିନରେ ଆହୁରି ସୁନ୍ଦର ଦେଖାଯିବେ ।
୧- ସପ୍ତାହରେ ଅତି କମ୍ରେ ୫ଦିନ ୨୦ରୁ ୩୦ ମିନିଟ୍ ଯାଏ ୱାକ୍ ନିଶ୍ଚୟ କରନ୍ତୁ। ଏମିତି କରିବାରେ ଆପଣଙ୍କ ଚିନ୍ତା କମିଯିବ ଏବଂ ବ୍ଲଡ୍ ସର୍କୁଲେସନ ବଢ଼ିବ । ଏଥିରେ ତ୍ୱଚାରେ ଗ୍ଲୋଇଂ ଆସିବ।
୨- ଆଜିଠୁ ହିଁ ବଡ଼ି ସୋପକୁ ବାଏ ବାଏ କରି ଦିଅନ୍ତୁ । କିଛି ମାଇଡ୍ ବ୍ୟୁଟି ଫେସ୍ ୱାଶ୍ ବ୍ୟବହାର କରିବା ଆରମ୍ଭ କରି ଦିଅନ୍ତୁ । ରାତିକୁ ଶୋଇବା ପୂର୍ବରୁ ମୁହଁକୁ ସଫା କରିଦିଅନ୍ତୁ ।
୩- ରାତି ସମୟ ପାଇଁ ଏକ ଏମିତି ମଇସଚରାଇଜ୍ ବାଛନ୍ତୁ , ଯେଉଁଥିରେ ଆଣ୍ଟି-ଅକ୍ସିଡେଣ୍ଟର କିଛି ଇଚ୍ଛା ଥାଏ । ଯଦି ଆପଣଙ୍କର ମଇସଚରାଇଜର ଭିଟାମିନ୍ ଏ , ସି, ଇ ଓ ବି-୩ ଯୁକ୍ତ ଥାଏ ତ ଏହା ଆପଣଙ୍କର ତ୍ୱଚାକୁ ପୋଷିତ କରିବାର କାମ କରିବ ।
୪- ରାସାୟନିକ ଜିନିଷର ବ୍ୟବହାର ଖୁବ୍ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ । କିଛି ବି ଉତ୍ପାଦ ବ୍ୟବହାର କରିବା ପୂର୍ବରୁ ନିଜର ତ୍ୱଚା ପାଇଁ ରୋଗ ବିଶେଷଜ୍ଞଙ୍କ ଠାରୁ ବୁଝି ନିଅନ୍ତୁ । ଗୋଟିଏ କଥା ଟଙ୍କା ବଞ୍ଚାଇବା ପାଇଁ କେବେ ବି ଉତ୍ପାଦର କ୍ୱାଲିଟି ସହ ବୁଝାମଣା କରନ୍ତୁ ନାହିଁ ।
୫- ଯଦି ଆପଣଙ୍କ ଦେହରୁ ବହୁତ ଅଧିକ ଝାଳ ବାହାରୁ ଥାଏ ଏବଂ ଆପଣଙ୍କୁ ଧୂଳି ଧୂସରିତରେ କାମ କରିବାକୁ ହେଉଛି ତ ପ୍ରତିଦିନ କେଶକୁ ଧୋଇବା ଆପଣଙ୍କ ପାଇଁ ଆବଶ୍ୟକ ।
ସାମ୍ପୂ କରିବା ପରେ କେଶକୁ କଣ୍ଡିସନର କରିବାକୁ ଭୁଲନ୍ତୁ ନାହିଁ । ଏହାସହ କେଶରେ ତେଲ ଲଗାଇବା ମଧ୍ୟ ଜରୁରୀ । ଏଥିରେ କେଶ ଡ୍ରାଏ ଓ ଲାଇଫ୍ଲେସ୍ ହେବ ନାହିଁ ।