ଏହି ଡେଟିଂ ଆପରେ ଫସିଗଲେ କର୍ପୋରେଟ୍ ଜଗତର ଅନେକ ବରିଷ୍ଠ ଅଧିକାରୀ, ହେଲେ ବ୍ଲାକମେଲର ଶିକାର

ଗୁରୁଗ୍ରାମ ୧୪/୨:  ଡେଟିଂ ଆପ୍ ବ୍ୟବହାର କରିବା କିଛି ଲୋକଙ୍କୁ ମହଙ୍ଗା ପଡିଛି । ଡେଟିଂ ଆପ୍ ଗ୍ରିଣ୍ଡରକୁ ନେଇ ଗୁରୁଗ୍ରାମ ପୋଲିସ ବଡ ଖୁଲାସା କରିଛି । ପୋଲିସ ସୂଚନା ଅନୁସାରେ ଏହି ଆପ୍ ବ୍ୟବହାରକାରୀଙ୍କୁ କେବଳ ବୋକା ବନା ଯାଇନି ବରଂ ଡେଟରେ ଡକାଇ ସେମାନଙ୍କ ଅଶ୍ଲୀଳ ଫଟୋ ଉଠାଇ ପରେ ବ୍ଲାକମେଲ୍ କରାଯାଇଛି । ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁସାରେ ବାଦଶାହପୁର ପୋଲିସ ଷ୍ଟେସନର ଏସଏଚଓ ଇନସ୍ପେକ୍ଟର ମୁକେଶଙ୍କ ଟିମ୍ ଏହି ମାମଲାରେ ଗୋଟିଏ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି ।

ଡେଟିଂ ଆପ୍ ଗ୍ରିଣ୍ଡରକୁ ନେଇ ଗୁରୁଗ୍ରାମ ପୋଲିସ ବଡ ଖୁଲାସା କରିଛି । ଏନସିଆରର ଅଧିକାଂଶ କର୍ପୋରେଟ୍ କମ୍ପାନୀର ଅତିକମରେ ୫୦ ଏକ୍ସଜିକ୍ୟୁଟିଭ୍(ଯେଉଁଥିରେ ସିଇଓ ମଧ୍ୟ ସାମିଲ)ଙ୍କୁ ସମଲିଙ୍ଗୀ ଡେଟିଂ ଆପ ଜରିଆରେ ବ୍ଲାକମେଲ୍ କରିବା ମାମଲା ସାମ୍ନାକୁ ଆସିଛି । ଗୁରୁଗ୍ରାମର ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ଏମିତି ପ୍ରାୟ ୧୫୦ ମାମଲାରେ ୫୦ ଜଣ ଏମିତି ଅଛନ୍ତି ଯେଉଁମାନେ କୌଣସି ସି ନା କୌଣସି କର୍ପୋରେଟ୍ କମ୍ପାନୀର ସିଇଓ କିମ୍ବା ବଡ ପଦରେ ନିୟୋଜିତ ଅଛନ୍ତି ।

ସୂଚନା ଅନୁସାରେ ଏହି ରାକେଟର ସଦସ୍ୟ ନିଜ ଟାର୍ଗେଟକୁ ଏହି ଆପ୍ ଜରିଆରେ ଚାଟିଂ ମାଧ୍ୟମରେ ଫସାଉଥିଲା ଏବଂ ଡେଟିଂ ପାଇଁ ସେମାନଙ୍କୁ ଗୁରୁଗ୍ରାମରେ ୱେଷ୍ଟର୍ଣ୍ଣ ପେରିଫେର ଏକ୍ସପ୍ରେସୱେ  ସାଉଥ୍ ପେରିଫେରଲ ରୋଡରେ ଅଲଗା ଅଲଗା ସ୍ଥାନକୁ ଡକାଉଥିଲା । ଡେଟିଂ ସମୟରେ ଗ୍ୟାଙ୍ଗର ମେମ୍ବର୍ସଙ୍କ ଦ୍ୱାରା ଲୁଟ୍, ନଗ୍ନ ଫଟୋ ଉଠାଇବା ଓ ମାଡ ମାରିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପୋଲିସ ସୂଚନା ଅନୁସାରେ ୬ ଜଣ ପୁରୁଷଙ୍କ ଦ୍ୱାରା ଚଲାଯାଉଥିବା ଏହି ରାକେଟର ପର୍ଦ୍ଧାଫାଶ ନଭେମ୍ବରରେ କରାଯାଇଥିଲା । ଏହି ଗ୍ୟାଙ୍ଗର ଶିକାର ହୋଇଥିବା ଜଣଙ୍କ ଅଭିଯୋଗ ପରେ ଦକ୍ଷିଣ ପେରିଫେରଲ ରୋଡରେ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ଦେଖା କରିବା ପାଇଁ ଯୋଜନା ଅନୁସାରେ ଜଣଙ୍କୁ ପଠାଯାଇଥିଲା ।

ପୋଲିସ କହିଛି ଗ୍ୟାଙ୍ଗର ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ଅନ୍ୟ ୨ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ । ପୋଲିସ ଆୟୁକ୍ତ ମୋହମ୍ମଦ ଅକିଲ କହିଛନ୍ତି  କି ଗତ ୩ ମାସରେ ୧୫୦ ପୀଡିତଙ୍କ ମଧ୍ୟରୁ ଅତିକମରେ ୮୦ ଜଣଙ୍କୁ ଟ୍ରାକ୍ କରିନିଆ ଯାଇଛି ଏବଂ ଏବେ ଯାଞ୍ଚ ଚାଲିଛି ।  ପୋଲିସ ଏହା ମଧ୍ୟ କହିଛି କି ଏହି ଗ୍ୟାଙ୍ଗର ଶିକାର ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକ ବରିଷ୍ଠ ଅଧିକାରୀ ବିବାହିତ ଏବଂ ସେମାନଙ୍କ ପରିବାର ମଧ୍ୟ ଅଛି ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା