PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

IPL ୨୦୨୧: ବଳକା ମ୍ୟାଚ୍‌ରେ ଷ୍ଟାଡିୟମକୁ ଦର୍ଶକଙ୍କୁ ମିଳିପାରେ ଏଣ୍ଟ୍ରି, ବାସ୍‌ ରହିଛି ଏହି ସର୍ତ୍ତ

ନୂଆଦିଲ୍ଲୀ: ୟୁଏଇରେ ଖେଳାଯିବ ଆଇପିଏଲ-୧୪ର ବଳକା ମ୍ୟାଚ୍। ବିିସିସିଆଇ ଏନେଇ ମୋହର ମାରିବା ପରେ ଆଇପିଏଲ ୨୦୨୧ର ବଳକା ମ୍ୟାଚ୍‌ ପାଇଁ ଷ୍ଟାଡିୟମକୁ ଦର୍ଶକଙ୍କୁ ମିଳିପାରେ ଏଣ୍ଟ୍ରି। ଏନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରିପୋର୍ଟ ମୁତାବିକ ଯେଉଁ ଦର୍ଶକ କୋଭିଡ ଟିକା ନେଇ ସାରିଥିବେ ସେହି ବ୍ୟକ୍ତିଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ୟୁଏଇ ସରକାର ଦେବେ ବୋଲି ପ୍ରକାଶ ପାଇଛି। ଅନ୍ୟପଟେ ବିସିସିଆଇ ଓ ଆଇପିଏଲର କିଛି ଅଧିକାରୀ ଦୁବାଇରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

କ୍ରିଜବଜରେ ପ୍ରକାଶିତ ଖବର ଅନୁଯାୟୀ, ୟୁଏଇ ସରକାରଙ୍କ କୋଭିଡ ଗାଇଡଲାଇନ୍‌ ହିସାବରେ ମଇଦାନକୁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳି ପାରିବ। ଯଦି ଏଭଳି ହୁଏ ତେବେ ୨୦୨୧ ଆଇପିଏଲର ବଳକା ମ୍ୟାଚ୍‌ ଗୁଡ଼ିକୁ ଦର୍ଶକ ଷ୍ଟାଡଇୟମରେ ବସି ଉପଭୋଗ କରିପାରିବେ। ଅନ୍ୟପଟେ, ୟୁଏଇ ସରକାର ସର୍ତ୍ତ ରଖିଛନ୍ତି। ସର୍ତ୍ତ ଅନୁଯାୟୀ, ଯେଉଁ ବ୍ୟକ୍ତି ଭ୍ୟାକ୍ସିନ ନେଇ ସାରିଥିବେ ସେମାନଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳି ପାରିବ। ହେଲେ ଏବେ ବି ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇନାହିଁ।

ଅପରପକ୍ଷେ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଜୟ ଶାହା, ଉପସଭାପତି ରାଜୀବ ଶୁକ୍ଳା, ଅରୁଣ ଧୁମଲ ଦୁବାଇରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେଠାରେ ୟୁଏଇ ସରକାର ଓ ଏମିରାଟ୍ସ କ୍ରିକେଟ ବୋର୍ଡ ସହ ଆଲୋଚନା କରବିବେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଆଇପିଏଲର ବଳକା ମ୍ୟାଚ୍‌ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ହେବ ବୋଲି ବିସିସିଆଇ ସୂଚନା ଦେଇ ସାରିଛି। ହେଲେ ବିଦ୍ଧିବଦ୍ଧ ଭାବେ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରିନି ବିସିସିଆଇ।