ଜହ୍ଲାଦ ପଦବୀ ପାଇଁ ଶ୍ରୀଲଙ୍କାରେ ୫୦ ଗୁଣା ଅଧିକ ଆବେଦନ

ନୂଆଦିଲ୍ଲୀ,୨।୩: ବେରୋଜଗାରୀ ଏତେ ବଢିଯାଇଛି ଯେ ଏବେ ଯେ କୌଣସି ଚାକିରି ହେଉ କିମ୍ବା ପଦବୀ, ଆବେଦନକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବହୁ ଚାକିରି ଏଭଳି ଅଛି, ଯାହାକି ନିଜର କାମ କାରଣରୁ ଚର୍ଚାର ବିଷୟ ପାଲଟିଛି। ଏବେ ଏଭଳି ଏକ ଚାକିରି ପାଇଁ ୫୦ ଗୁଣାରୁ ଅଧିକ ଆବେଦନକାରୀଙ୍କୁ ପାଇ ପରୀକ୍ଷା ଆୟୋଜନକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସବୁଠାରୁ ବଡ କଥା ହେଉଛି ଆମେରିକାର ଜଣେ ନାଗରିକ ମଧ୍ୟ ଆବେଦନ କରିଛନ୍ତି। ଏହି ଚାକିରି ହେଉଛି ଜହ୍ଲାଦର, ଯିଏକି ଜେଲରେ ଫାଶୀ ଦଣ୍ଡାଦେଶ ପାଇ ସାରିଥିବା ଲୋକଙ୍କୁ ରଶୀରେ ଫାଶୀ ଦେଇଥାନ୍ତି। ଏହି ଘଟଣାଟି ଶ୍ରୀଲଙ୍କାର ହୋଇଥିବା ବେଳେ ଲୋକଙ୍କ ଭିତରେ ଜହ୍ଲାଦ ହେବା ପାଇଁ ଚାଲିଛି ପ୍ରତିଯୋଗିତା। ମାତ୍ର ୨ ଟି ପଦବୀ ପାଇଁ କରିଛନ୍ତି ୧୦୦ ଜଣ ଆବେଦନ।

  ମାଦକଦ୍ରବ୍ୟର ତସ୍କରିକୁ ଖୁବ୍ ଶୀଘ୍ର ବନ୍ଦ କରିବା ପାଇଁ ଶ୍ରୀଲଙ୍କା ସରକାର ଅପରାଧୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦେବାକୁ ଚାହୁଁଛନ୍ତି। ନ୍ୟାୟ ଓ କାରାଗର ସୁଧାର ମନ୍ତ୍ରଣାଳୟ ଘୋଷଣା କରିଛନ୍ତି ଯେ ସୁରକ୍ଷା କାରଣରୁ ଚୟନ କରାଯାଇଥିବା ଲୋକଙ୍କ ନାମ ଓ ସାକ୍ଷାତକାରର ତାରିଖ ଘୋଷଣା କରାଯିବ ନାହିଁ। ଶ୍ରୀଲଙ୍କାରେ ଫାଶୀ ଦେବା ଆଇନ ବୈଧ। କିନ୍ତୁ ୧୯୭୬ ପରେ ସେଠାରେ କାହାକୁ ଫାଶୀ ଦିଆଯାଇନାହିଁ। ପୂର୍ବତନ ଜହ୍ଲାଦ ୫ ବର୍ଷ ପୂର୍ବେ ଇସ୍ତଫା ଦେବା ପରେ ଏଠାରେ ସ୍ଥାୟୀ ଜହ୍ଲାଦ କେହି ନାହାଁନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଫେବୃଆରୀ ଆରମ୍ଭରୁ ଘୋଷଣା କରିଥିଲେ ଯେ ଆଗାମୀ ଦୁଇ ମାସ ଭିତରେ ମାଦକ ଦ୍ରବ୍ୟର ଦୋଷୀଙ୍କୁ ଫାଶୀ ଦିଆଯିବ। ଏହି ମାମଲାରେ ୪୮ ଜଣଙ୍କୁ ଫାଶୀ ଦିଆଯିବ। ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଆଗ ଫାଶୀ ଦିଆଯିବ। ୨୦୦୪ ଠାରୁ ଏଠାରେ ଜହ୍ଲାଦ ଅଭାବରୁ  ବଳାତ୍କାର,ମାଦକଦ୍ରବ୍ୟ କାରବାର ଏବଂ ହତ୍ୟା ଭଳି ସଙ୍ଗୀନ ମାମଲା ପାଇଁ କେବଳ ଆଜୀବନ ଦଣ୍ଡାଦେଶ ଦିଆଯାଉଛି।

   ସମ୍ବନ୍ଧିତ ଖବର


କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା

ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ

ଦୁର୍ଗା ବେଶରେ ନୁସରତ୍‌ ଜାହାଁ, ମିଳିଲା ହତ୍ୟା ଧମକ

ଟିକା ଉତ୍ପାଦନ ଦ୍ୱିଗୁଣିତ କରିବ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଭାରତ ସମେତ ଅନ୍ୟଦେଶକୁ ମିଳିବ ୨୦ କୋଟି ଟିକା

କରୋନାରୁ ମିଳୁଛି ସାମାନ୍ୟ ଆଶ୍ବସ୍ତି,ଦୈନିକ ସଂକ୍ରମଣରେ ଲାଗୁଛି ବ୍ରେକ୍‌…