ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୨୨/୫: ଓଡିଶା ପାଇଁ ୫୦୦ କୋଟି । ବାତ୍ୟା କ୍ଷତି ସମୀକ୍ଷା ପରେ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ୟାକେଜ୍ ଘୋଷଣା । ଓଡିଶା ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡ଼ିଶା ପାଇଁ ୫୦୦ କୋଟିର ଅମ୍ଫାନ କ୍ଷୟକ୍ଷତି ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ଆକାଶମାର୍ଗରୁ ସ୍ବତନ୍ତ୍ର ବାୟୁସେନା ହେଲିକପ୍ଟରରେ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ, ଦିଲ୍ଲୀ ଫେରିବା ପୂର୍ବରୁ ଏକ ସମୀକ୍ଷା ବୈଠକରେ ଓଡ଼ିଶାର ଅମ୍ପାନ ଜନିତ କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରେ ସେ ଓଡ଼ିଶା ପାଇଁ ୫୦୦ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ପ୍ରାଥମିକ ସହାୟତା ଭାବେ ଓଡ଼ିଶାକୁ ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଭରଣା ପାଇଁ ୫୦୦ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ସହାୟତା ଦେବ କେନ୍ଦ୍ର।  ଏହାବ୍ୟତୀତ, ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ। ସେମାନଙ୍କ ରିପୋର୍ଟକୁ ଭିତ୍ତି କରି ଆବଶ୍ୟକ ହେଲେ କେନ୍ଦ୍ର ଅଧିକ ଆର୍ଥିକ ସାହାଯ୍ୟ ଦେବ।  ଆଜି ସକାଳେ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ, ୧୦୦୦ କୋଟିର ସହାୟତା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହାପରେ, କୋଲକତାରୁ ଏକ ସ୍ବତନ୍ତ୍ର ବିମାନରେ ଅପରାହ୍ନ ୨ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲେ ମୋଦୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ  ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବତନ୍ତ୍ର ବାୟୁସେନା ହେଲିକପ୍ଟରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ଅମ୍ଫାନ ପ୍ରଭାବିତ ଅଞ୍ଚଳ ସବୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ପେରିବା ପୂର୍ବରୁ,  ଭୁବନେଶ୍ବର ବିମାନବନ୍ଦରରେ ଏକ ସମୀକ୍ଷା ବୈଠକରେ ରାଜ୍ୟ ପାଇଁ ପ୍ରାଥମିକ ବାତ୍ୟା ପ୍ୟାକେଜ୍ ଭାବେ ୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ରାଜ୍ୟର ବାତ୍ୟା ମୁକାବିଲା ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ।

   ସମ୍ବନ୍ଧିତ ଖବର


ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

ଭଦ୍ରକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ- ଦାବିରେ ଅଟଳ ଘରୋଇ ବସ ଓ ଟ୍ରକ କର୍ମଚାରୀ ସଂଘ

ଜୁନ୍ ମାସରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ପାଟପୁର ଥାନା ସମ୍ମୁଖରେ ଘରୁ ଦୌଡି ଆସି ବାଇକ୍‌ରେ ବସି ଯୁବତୀ ଚମ୍ପଟ- ଗୋଡାଇଲେ ପରିବାର ଲୋକ, ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ନୀଳଗିରି- ସ୍ତ୍ରୀ କରୁଥିଲା ହତ୍ୟା ଉଦ୍ୟମ,ଏବେ ପୁଲିସ କଲା ଗିରଫ

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ