ଲୋକଙ୍କୁ ସଚେତନ କରାଇବା ପାଇଁ ଆସିଥିଲେ ବିଧାୟକ ଅନନ୍ତ ନାରାୟଣ ଜେନା, ନିଜେ ଗଣିଲେ ୫୦୦ ଟଙ୍କା ଗଣିଲେ

ଭୁବନେଶ୍ୱର ୮।୯: ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି। 

ଏଜି ଛକକୁ ଚକଲେଟ୍ ଓ ଲିଫଲେଟ୍ ବାଣ୍ଟିବାକୁ ଆଜି ଅନନ୍ତ ଆସିଥିଲେ। ଏହି ସମୟରେ ତାଙ୍କ ଡ୍ରାଇଭର ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିଲେ। ଫଳରେ ସମସ୍ତଙ୍କ ପାଇଁ ସମାନ ଆଇନ ନିୟମରେ ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଏହି ଜରିମାନା ଦେବାକୁ ପଡ଼ିଛି।  

ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି ବିଧାୟକ। ବିଧାୟକ କହିଛନ୍ତି, “ଆଇନ ଆଗରେ ସମସ୍ତେ ସମାନ । ମୋ ଡ୍ରାଇଭରର ପାର୍କିଂ ଭୁଲ ଥିଲା। ଜରିମାନା ଆଦାୟ କଲେ।  ଯିଏ ଭୁଲ କରିବ, ଦଣ୍ଡିତ ହେବ। ” ଆଇନ ମାନିବାନି କାହିଁକି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ  ଡିସିପି ଅନୁପ ସାହୁ କହିଛନ୍ତି, “ଆଇନ ସମସ୍ତଙ୍କ ପାଇଁ ସମାନ। ଯିଏ ଅମାନ୍ୟ କରିବ, ଫାଇନ୍‌ ଦେବ”।

ସୂଚନାଯୋଗ୍ୟ ଯେ, ରାଜମହଲ ଛକରେ କାଲି ପୁଲିସ୍‌- ଜନତା ମଧ୍ୟରେ ଖଣ୍ଡ ଯୁଦ୍ଧ ହେବା ପରେ ଆଜି ଭୁବନେଶ୍ୱର ଏଜି ଛକରେ କମିଶନରେଟ୍ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କାଲି ଲୋକଙ୍କ ଉପରକୁ ଲାଠି ଚାର୍ଜ କରିବା ପରେ ଆଜି  ଚକଲେଟ୍ ଦେଇ ଓ ଲିଫଲେଟ୍ ବାଣ୍ଟି ପୁଲିସ୍‌ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି । ହେଲମେଣ୍ଟ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ଓଭରଟେକ୍ ନକରିବା ଭଳି ବିଭିନ୍ନ ଟ୍ରାଫିକ୍ ନିୟମ ସମ୍ପର୍କରେ ଲୋକଙ୍କୁ  ଅବଗତ କରାଉଛି।

   ସମ୍ବନ୍ଧିତ ଖବର


ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

‘ମୋ ବିଦ୍ୟୁତ୍‌’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବେ ଅନ୍‌ଲାଇନ୍‌ରେ‌ ଦେଇ ହେବ ବିଦ୍ୟୁତ ବିଲ୍

ଡ୍ୟାମରେ ଡଙ୍ଗା ବୁଡି ଜଣେ ମୃତ

ନାମୀଦାମୀ ପୁଡିଆରେ ନକଲି ଜର୍ଦ୍ଦା- ନକଲି ଜର୍ଦା କାରଖାନା ଠାବ,୩ ଗିରଫ

ଘର ରଙ୍ଗ କରୁଥିବା ବେଳେ କରେଣ୍ଟ ଲାଗି ଶ୍ରମିକ ମୃତ