୫୦୦ ଟଙ୍କା ସହାୟତା ପ୍ରତିମାସ ୨୦ କୋଟି ମହିଳାଙ୍କ ଆକାଉଣ୍ଟକୁ ଆସିବ- ଆସନ୍ତା ୩ ମାସ ଲକ୍‌ଡାଉନ୍‌ ପାଇଁ ସହାୟତା ଦେବେ ସରକାର

ନୂଆଦିଲ୍ଲୀ – ସାରା ଦେଶରେ ଏବେ ଏକ ପ୍ରକାରର ଅଚଳାବସ୍ଥା । କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ । ଏଥିପାଇଁ ଦେଶର ଅର୍ଥାବସ୍ଥାକୁ ଜବରଦସ୍ତ

ଝଟକା ଲାଗିଛି । ମାତ୍ର ଲୋକଙ୍କ ଜୀବନ ରକ୍ଷା ସହ ସଂକ୍ରମଣକୁ ରୋକିବା ପାଇଁ ଏପରି ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ବାଧ୍ୟ । ନହେଲେ ଭାରତ ପରି ଜନ ବହୁଳ ରାଷ୍ଟ୍ରରେ ସଂକ୍ରମଣ ରୋକିବା କାଠିକର ପାଠ ହୋଇଯିବ । ଏତେ ସତର୍କତା ସତ୍ତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦ ଟପିଛି । ସାଧାରଣତଃ ବିଦେଶରୁ ଆସିଥିବା ଲୋକ ଓ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ସଂକ୍ରମଣ ହୋଇଛି ।

ଏଥିପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଦେଶର ୨୦ କୋଟି ମହିଳାଙ୍କ ଆକାଉଣ୍ଟକୁ ଆସନ୍ତା ୩ ମାସ ୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ଆସିବ । କେନ୍ଦ୍ର ସରକାର ସିଧାସଳଖ ମହିଳାମାନଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରିବେ । ଜନଧନ ଖାତା ଖୋଲିଥିବା ମହିଳାମାନଙ୍କ ଆକାଉଣ୍ଟରେ ଏହି ସହାୟତା ଯୋଗାଇ ଦିଆଯିବ ।

ଏହା ସହ ଉଜ୍ଜଳା ଯୋଜନାରେ ସାମିଲ୍‌ ଥିବା ୮କୋଟି ୩୦ ଲକ୍ଷ ପରିବାରକୁ ଆସନ୍ତା ୩ ମାସ ମାଗଣା ଗ୍ୟାସସିଲିଣ୍ଡର ଯୋଗାଇ ଦିଆଯିବ ।

ପଢନ୍ତୁ -୩ମାସ ମାଗଣା ମିଳିବ ଗ୍ୟାସ୍‌ ସିଲିଣ୍ଡର-ଉଜ୍ଜଳା ଯୋଜନାରେ ୮ କୋଟି ବିପିଏଲ୍‌ ପରିବାରଙ୍କୁ ୩ ମାସ ଯାଏଁ ସିଲିଣ୍ଡର ମାଗଣା

   ସମ୍ବନ୍ଧିତ ଖବର


କରୋନା ସହ ଲଢ଼ିବା ପାଇଁ Google Doodle ର ନୂତନ ଅବତାର : ମହାମାରୀକୁ କିପରି ରୋକି ହେବ ଜାଣନ୍ତୁ

କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ