PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ନିରବଙ୍କ ପେଣ୍ଟିଂରୁ ୫୩ କୋଟି…

source:bfsi.eletsonline.com

ନୂଆଦିଲ୍ଲୀ,୨୭ା୩(ଏଜେନ୍ସି):ଶେଷରେ ନିରବ ମୋଦିଙ୍କ ବହୁମୂଲ୍ୟ ପେଣ୍ଟିଂଗୁଡ଼ିକ ନିଲାମ ହୋଇଛି । ୬୮ଟି ପେଣ୍ଟିଂର ନଲିାମରୁ ୫୩ କୋଟି ଟଙ୍କା ସଂଗ୍ରହ ହୋଇଥିବା ଜଣାଯାଇଛି । ଉନବିଂଶ ଶତାବ୍ଦୀର ଏକ ପଟ୍ଟଚିତ୍ର ୧୪ କୋଟି ଟଙ୍କାରେ ନିଲାମ ହୋଇଛି । ରାଜା ରବି ବର୍ମାଙ୍କ ଏହି ପେଣ୍ଟିଂ ୧୪ କୋଟି ଟଙ୍କାରେ ନିଲାମ ହୋଇଥିବା ନିଲାମକାରୀ ସଂସ୍ଥା ସାଫ୍‌ରନ୍‌ଆର୍ଟର ଦୀନେଶ ବାଜିରାନି ପ୍ରକାଶ କରିଛନ୍ତି । ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ମହାଘୋଟାଲାର ସୂତ୍ରଧାର ନିରବ ମୋଦି ବର୍ତ୍ତମାନ ଲଣ୍ଡନ ଜେଲ୍‌ରେ ବନ୍ଦ ଥିବାବେଳେ ତାଙ୍କ ଉପରେ ଆୟ କର ବିଭାଗର ୯୫.୯୨ କୋଟି ଟଙ୍କା ବକେୟା ରହିଛି । ଏହାକୁ ଅସୁଲ କରିବା ପାଇଁ ନିରବଙ୍କ ୬୮ଟି ଦାମୀ ଚିତ୍ରକଳାକୁ ନିଲାମ କରାଯାଇଛି । ଏଥି ମଧ୍ୟରେ ରହିଛି ଟ୍ରାଭାଙ୍କୋର ମହାରାଜା ଏବଂ ତାଙ୍କ ଭାଇ ବକିଙ୍ଗହାମ୍‌ର ତୃତୀୟ ଶାସକ ରିଚାର୍ଡ ଟେମ୍ପୁଲ-ଗ୍ରେନ୍‌ଭିଲ୍ଲେଙ୍କୁ ସ୍ୱାଗତ କରୁଥିବାର ୧୮୮୧ର ପେଣ୍ଟିଂ ।

ସବୁଠାରୁ ଅଧିକ ନିଲାମରାଶି ଏକ ୧୯୭୩ ମସିହାର ପେଣ୍ଟିଂରୁ ମିଳିଛି । ଏହା ୨୨ କୋଟି ଟଙ୍କାରେ ନିଲାମ ହୋଇଛି । ଏଫ୍‌. ଏନ୍‌. ସୌଜା, ଆକବର ପାଡାମ୍‌ସି ଏବଂ ଏଚ୍‌ଏ ଗେଡ୍‌ ଭଳି ବହୁ ନାମୀଦାମୀ ଚିତ୍ରକରଙ୍କ କଳାକୃତ୍ତିକୁ ମଧ୍ୟ ବିକ୍ରି ପାଇଁ ରଖାଯାଇଥଲିା । ଏଫ୍‌. ଏନ୍‌. ସୁଜାଙ୍କ ପେଣ୍ଟିଂ ୯୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଜୋଗେନ୍‌ ଚୌଧୁରୀଙ୍କ ପେଣ୍ଟିଂ ୪୬ ଲକ୍ଷ ଟଙ୍କାରେ, ଭୂପେନ୍‌ ଖାଖରଙ୍କ ପେଣ୍ଟିଂ ୩୫ ଲକ୍ଷ ଏବଂ କେକେ ହେକ୍ରରଙ୍କ କଳାକୃତି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ନିଲାମରୁ ମୋଟ ୫୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ସଂଗ୍ରହ ହୋଇଥିବା ଜଣାଯାଇଛି । ମୁମ୍ବାଇରେ ଏହି ନିଲାମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଗକୁ ନିରବଙ୍କ ୧୧ଟି ଦାମୀ କାରଗୁଡିକୁ ନିଲାମ କରାଯିବ । ସୂଚନାଯୋଗ୍ୟ, ପିଏନ୍‌ବିରେ ପ୍ରାୟ ୧୪୦୦୦ କୋଟି ଟଙ୍କାର ଘୋଟାଲା କରି ନିରବ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମାମୁ ତଥା ଗିତାଞ୍ଜଳି ଜେମ୍ସ ମାଲକି ମେହୁଲ ଚୋକ୍‌ସି ଦେଶରୁ ଫେରାର ହୋଇ ଯାଇଥିଲେ । ଏବେ ନିରବ ବ୍ରିଟେନ୍‌ର ଏକ କଏଦୀବହୁଳ ଜେଲ୍‌ରେ ବନ୍ଦ ଅଛନ୍ତି । ମାର୍ଚ୍ଚ ୧୯ରେ ତାଙ୍କୁ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର