ଲକ୍‌ଡାଉନ: ଭିଡିଓ କନଫରେନ୍ସିଂରେ ସୁପ୍ରିମକୋର୍ଟର ୫୯୩ ମାମଲା ଶୁଣାଣି, ୨୧୫ ମାମଲାର ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ ୨୭/୪: ଲକ୍‌ଡାଉନ ମଧ୍ୟରେ ସୁପ୍ରିମକୋର୍ଟରେ ମୋଟ ୫୯୩ଟି ମାମଲାର ଶୁଣାଣି ହୋଇଛି । ଏଥିମଧ୍ୟରୁ ୨୧୫ଟି ମାମଲାର ଚୂଡାନ୍ତ ରାୟ ଆସିଛି । ବିଚାରପତିମାନେ ନିଜ ଘରେ ରହି ଭିଡିଓ କନଫରେନ୍ସିଂ ଯୋଗେ ଏହି ମାମଲାଗୁଡିକର ଶୁଣାଣି କରୁଛନ୍ତି । ଲକ୍‌ଡାଉନ ଘୋଷଣା ହେବାର ୨ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୩ରୁ ସୁପ୍ରିମକୋର୍ଟ ବନ୍ଦ କରାଯାଇଥିଲେ । ତେବେ ସୁପ୍ରିମକୋର୍ଟ ବନ୍ଦ ଥିବା ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଅନ୍‌ଲାଇନ ଶୁଣାଣି କରିବାକୁ ନିଷ୍ପତ୍ତି ହୋଇଥିଲା ।

ସାଧାରଣତଃ ସୁପ୍ରିମକୋର୍ଟରେ ଗୋଟିଏ ମାସରେ ୩,୫୦୦ ମାମଲାର ଶୁଣାଣି ହୋଇଥାଏ । ଅନ୍ୟ ଦିନମାନଙ୍କରେ ଅତି କମ୍‌ରେ ୧୬ଟି ଖଣ୍ଡପୀଠ ଗୋଟିଏ ଦିନରେ ବିଭିନ୍ନ ମାମଲାର ଶୁଣାଣି କରିଥାନ୍ତି । କିନ୍ତୁ ବର୍ତ୍ତମାନ ମାତ୍ର ୨ରୁ ୩ ଜଣ ଖଣ୍ଡପୀଠରେ ଏହି କାର୍ଯ୍ୟ ସମ୍ପାଦନ ହେଉଛି । ମାର୍ଚ୍ଚ ୨୩ରୁ ଏପ୍ରିଲ ୨୪ ମଧ୍ୟରେ ମୋଟ ୮୭ ଖଣ୍ଡପୀଠ ୫୯୩ଟି ମାମଲାର ଶୁଣାଣି କରିଛନ୍ତି । ଯେଉଁଥିରୁ ୩୯୦ଟି ମୁଖ୍ୟ ମାମଲା ଏବଂ ୨୦୩ଟି ଏହା ସହ ସମ୍ପର୍କିତ ମାମଲା ରହିଛି । ଏଥିମଧ୍ୟରୁ ୨୧୫ଟି ମାମଲାର ଚୂଡାନ୍ତ ରାୟ ଶୁଣାଣି ହୋଇଛି ।

ବିଚାରପତିମାନେ ଘରେ ରହି ମାମଲାର ଶୁଣାଣି କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯାଇଥିଲା। ବିଚାରପତିମାନଙ୍କ ଘରେ ୧୦୦ ଏମ୍‌ବି ପ୍ରତି ସେକେଣ୍ଡ ସ୍ପିଡର ଇଣ୍ଟରନେଟ ସଂଯୋଗ କରାଯାଇଛି । ଫଳରେ ଶୁଣାଣି ସମୟରେ କୌଣସି ଅସୁବିଧା ହେଉନାହିଁ । କିନ୍ତୁ ଅନ୍ୟ ଆଇନଜୀବୀମାନେ ଶୁଣାଣି ସମୟରେ ନିଜ ମୋବାଇଲରେ କମ୍‌ ସ୍ପିଡର ଇଣ୍ଟରନେଟରେ ଭିଡିଓ କନଫରେନ୍ସିରେ ଯୋଗ ଦେଉଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁଣାଣି ମଝିରେ ବାରମ୍ବାର ଇଣ୍ଟରନେଟ ସଂଯୋଗ କଟିଯାଉଥିବା ଦେଖାଯାଉଛି ।

   ସମ୍ବନ୍ଧିତ ଖବର


ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର

କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା