ଅଟୋକୁ ଘୋଷାଡିନେଲା ଟ୍ରକ୍: ଜଣେ ମହିଳା ମୃତ

କର୍ଣ୍ଣାଟକ ୨/୧୨: ମାଙ୍ଗାଲୁରୁର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଏଥିରେ ଗୋଟିଏ ଟ୍ରକ୍ ବହୁତ ସ୍ପିଡରେ ଆସି ଏକ ଅଟୋକୁ ଘୋଷାଡି ନେଇଯାଉଛି । ଅଟୋକୁ ଘୋଷାଡି ନେବା ପରେ ମଧ୍ୟ ଟ୍ରକର ସ୍ପିଡ୍ କମୁନି । ତେବେ ଏହି ଦୁର୍ଘଟଣାରେ ଅଟୋ ଚାଳକ ଆହତ ହେବା ସହ ଜଣେ ମହିଳା ପାସେଞ୍ଜରଙ୍କ ମୃତ୍ୟୁ ହୋଇଛି । ମହିଳା ପାସେଞ୍ଜରକୁ ଅନେକ ବାଟ ପର୍ଯ୍ଯନ୍ତ ଭିଡି ନେଇଛି ଟ୍ରକ୍ । ଏବେ ଏହି ଲୋମହର୍ଷଣକାରୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ଅନୁସାରେ ମୃତ ମହିଳା ଜଣକ ଏକ ସରକାରୀ ସ୍କୁଲରେ ଶିକ୍ଷକତା କରନ୍ତି । କର୍ଣ୍ଣାଟକର ଏକ ଗାଁରେ ପନାମ୍ବୁରରେ କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ସାମାଜିକ ବିଜ୍ଞାନ ଶିକ୍ଷୟତ୍ରୀ ଥିଲେ । ତାଙ୍କ ନାମ ଶୈଳଜା ରାଓ ଏବଂ ବୟସ ପ୍ରାୟ ୫୫ ବର୍ଷ ।

ସୂଚନା ଅନୁସାରେ ଅଟୋ ଚାଳକ ପ୍ରଥମେ ଅଟୋରୁ ଖସି ପଡିଥିଲେ । ପରେ ଶୈଳଜା ଅଟୋରେ ହିଁ ଥିଲେ । ମାଙ୍ଗାଲୁରୁ ଇଷ୍ଟ ଟ୍ରାଫିକ୍ ପୋଲିସ ସୂଚନା ଅନୁସାରେ ଏହି ଘଟଣା ୧ ଡିସେମ୍ବର ଦ୍ୱିପ୍ରହର ୧୨.୩୦ ମିନିଟରେ ହୋଇଥିଲା । ଶୈଳଜା ବହୁତ ଗୁରୁତର ହୋଇପଡିଥିଲେ । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ଦେଢ ଘଣ୍ଟା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅଟୋ ଚାଳକ ଜଣକ ଚିକିତ୍ସିତ ହେଉଛନ୍ତି ଏବଂ ସେ ବିପଦମୁକ୍ତ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା