ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ୫୭ଜଣ ଆକ୍ରାନ୍ତ

ଭୁବନେଶ୍ବର ୧୮/୫: ରାଜ୍ୟରେ କରୋନା ପଜିଟିଭ୍‌ ଗ୍ରାଫ୍‌ ଉପରମୁହାଁ ଥିବା ବେଳେ ଆସିଛି ଆଶ୍ବସ୍ତିର ଖବର। ଆଜି ରାଜ୍ୟରେ ୫୭ଜଣ କୋଭିଡ୍ ଆକ୍ରନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ ଦ୍ବାରା ସୂଚନା ଦିଆଯାଇଛି। ଫଳରେ ରାଜ୍ୟ​‌ରେ ୨୭୭ ଜଣ କରୋନା କବଳରୁ ମୁକ୍ତ ହୋଇଛନ୍ତି। ଆଜି ସକାଳୁ ରାଜ୍ୟରେ ୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି।

ଭୁବନେଶ୍ୱର ଏବେ କରୋନା ମୁକ୍ତ ହୋଇଛି । ଜଗତସିଂହପୁରର ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରୁ ୪୦, ଜଗତସିଂହପୁର ଜିଲ୍ଲାରୁ ୫, ମୟୂରଭଞ୍ଜ ଜିଲ୍ଲାରୁ ୪, ଭୁବନେଶ୍ବରରୁ ୩ଜଣ ଏବଂ ବଲାଙ୍ଗିର ଜିଲ୍ଲାରୁ ୨, ସୁନ୍ଦରଗଡ଼, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲୋଖାଏଁ କରୋନାରୁ ମୁକ୍ତ ହୋଇଛନ୍ତି। ଭୁବନେଶ୍ବର ପୁରା କରୋନା ମୁକ୍ତ ହୋଇଥିବା ସୂଚନା ମିଳିଛି।

wp:html /wp:html

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୯୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୪ ଜଣଙ୍କର ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.