୫୭ ଟ୍ରେନି ଆଇଏଏସ୍ ଅଧିକାରୀ କରୋନା ପଜିଟିଭ, ୩ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ ହେଲା ଏକାଡେମୀ

ଡେରାଡୁନ୍,୨୨।୧୧: କରୋନା ଭାଇରସର ବିପଦ ସରା ବିଶ୍ବରେ ଜାରି ରହିଛି। ଏବେ ଏହି ନିଆଁ ଡେରାଡୁନ୍ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ ପର୍ଯ୍ୟନ୍ତ ପହଁଞ୍ଚି ସାରିଛି। ଏକାଡେମୀରେ ୫୭ ଟ୍ରେନି ଅଧିକାରୀ କୋଭିଡ୍-୧୯ର ଶିକାର ହୋଇଯାଇଥିଲେ। ବହୁ ସଂଖ୍ୟାରେ ସଂକ୍ରମଣ ରୋକିବା କାରଣରୁ ସଂସ୍ଥାନକୁ ୩ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି।

ଏକାଡେମୀର ଅଧିକାରୀ ରବିବାର ସୂଚନା ଦେଇଛନ୍ତି ଯେ, ୫୭ ଟ୍ରେନି ଅଧିକାରୀ କରୋନା ପଜିଟିଭ ଜଣାପଡିଛନ୍ତି। ଏହି କାରଣରୁ ଏକାଡେମୀକୁ ୩ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ଓ ଏହି ସମୟରେ ପ୍ରଶିକ୍ଷଣ ସହିତ ସମସ୍ତ ଗତିବିଧିର ପରିଚାଳନା ଅନଲାଇନ୍ କରାଯିବ। ସେ କହିଛନ୍ତି, ଶୁକ୍ରବାରଠାରୁ ଏପର୍ଯ୍ୟନ୍ତ ୫୭ ଟ୍ରେନି ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ସମସ୍ତଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ରଖାଯାଇଛି।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…