ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ ଜଣ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୦୩କୁ ଛୁଇଁଲା

ଭୁବନେଶ୍ୱର,୦୮ /୦୩ : କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି। ଯାହାର ଫଳ ସ୍ୱରୂପ ଏବେ ସଂକ୍ରମଣ ଦିନକୁ ଦିନ ଡରାଉଛି। ୨୪ ଘଣ୍ଟା ରାଜ୍ୟରେ ୧୯ ଟି ଜିଲ୍ଲାରୁ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୪ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୦୩ ଜଣକୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Covid-19 Report For 7th March
— I & PR Department, Odisha (@IPR_Odisha) March 8, 2021
New Positive Cases:59
In quarantine: 35
Local contacts: 24
(Details of local contacts will be shared by concerned District Administration)
District Wise Cases:
1. Angul: 4
2. Balasore: 4
3. Bargarh: 1
4. Balangir: 1
5. Cuttack: 2
୨୪ ଘଣ୍ଟାରେ ୧୯ଟି ଜିଲ୍ଲାରୁ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୬ ଜଣ, ଯାଜପୁରରୁ ୫ ଜଣ, ଅନୁଗୁଳ, ବାଲେଶ୍ବର ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ, ଦେବଗଡ଼, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, କଟକ, ନୂଆପଡ଼ା, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗୀର, ଗଜପତି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
17. Rayagada: 2
— I & PR Department, Odisha (@IPR_Odisha) March 8, 2021
18. Sambalpur: 9
19. Sundargarh: 6
New recoveries: 90
Cumulative tested: 8492151
Positive: 337803
Recovered: 335080
Active cases: 753
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୭ ହଜାର ୮୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୫୩ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୪ ହଜାର ୯୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୮୪ ଲକ୍ଷ ୯୨ ହଜାର ୧୫୧ ସାମ୍ପୁଲ ଟେଷ୍ଟ୍ ହୋଇଛି।