ଓଡିଶାରେ ୫ ଦିନରେ ଦୁଇ ଗୁଣ ଆକ୍ରାନ୍ତ ଚିହ୍ନଟ୍, ୧ ନମ୍ବରରେ ଗଞ୍ଜାମ

ଭୁବନେଶ୍ୱର ୧୨/୫ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦୁଇ ଶହ ଛୁଇଁବାକୁ ୫୪ ଦିନ ଲାଗିଥିଲା । ହେଲେ ଗତ ୫ ଦିନ ଭିତରେ ଏହା ଦୁଇଗୁଣ ହୋଇ ଯାଇଛି । ଅର୍ଥାତ ୫ ଦିନରେ ନୂଆ ୨୦୦ ରୋଗୀ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । ସୋମବାର ୩୭ ପଜିଟିଭ୍‌ ଚିହ୍ନଟ ପରେ ମୋଟ ଆକ୍ରାନ୍ତ ସଂଖ୍ୟା ଏବେ ହୋଇଛି ୪୧୪ ।

ଜୁଆର ଭଳି ମାଡ଼ି ମାଡ଼ି ଚାଲିଛି କରୋନା । ପ୍ରଥମ ୧୦୦ ଆକ୍ରାନ୍ତ ହେବାକୁ ରାଜ୍ୟରେ ଲାଗିଥିଲା ୪୨ ଦିନ । ୨୦୦ ହେବାକୁ ଏହାର ଗତି ବଢିଲା । ମାତ୍ର ୧୨ ଦିନରେ ନୂଆ ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ତୃତୀୟ ୧୦୦ ହେବାକୁ ମାତ୍ର ୩ ଦିନ ଲାଗିଥିଲା । ହେଲେ ଶେଷ ୧୦୦ ଅର୍ଥାତ ୪୦୦ ହେବାକୁ ମାତ୍ର ୨ ଦିନ ଲାଗିଛି । ଏ ଚିତ୍ର କରୋନାର ଭୟାବହତା ଆଉ ସଂକ୍ରମଣର ଗତି କେତେ କ୍ଷିପ୍ର ସ୍ପଷ୍ଟ କରୁଛି ।

ରେଡ୍‌ଜୋନ ଗଞ୍ଜାମ ସୋମବାର ପୁଣି ଚିନ୍ତା ବଢାଇଛି । ଗଞ୍ଜାମ ଜିଲ୍ଲାରୁ ୨୯ ନୂଆ ପଜିଟିଭ୍‌ ଆସିଛି । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବଢି ୧୫୪ ହୋଇଛି । ଚିହ୍ନଟ ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା । ସୁନ୍ଦରଗଡ଼ରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂଖ୍ୟା ୧୬ ହୋଇଛି । କେନ୍ଦ୍ରାପଡ଼ାରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୯ ହୋଇଛି । ଯାଜପୁର ଜିଲ୍ଲାରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି । ଯାଜପୁରରେ ସଂଖ୍ୟା ବଢି ୬୧ ହୋଇଛି । ମୟୂରଭଞ୍ଜରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂଖ୍ୟା ବଢି ୯ ହୋଇଛି । କଟକ ଜିଲ୍ଲାରୁ ମଧ୍ୟ ଜଣେ ନୂଆ ଆକ୍ର୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍‌ ସଂଖ୍ୟା ୩ ହୋଇଛି । ଗତକାଲି ବୌଦ୍ଧରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂଖ୍ୟା ବଢି ୪ ହୋଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଉ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଜିଲ୍ଲାରେ ଏବେ ବି ୫୦ ରହିଛି ପଜିଟିଭ୍‌ ସଂଖ୍ୟା । ବାଲେଶ୍ୱରରେ ୪୨ ରୋଗୀ ରହିଛି । ନୂଆ କେସ୍‌ ଏଠୁ ଚିହ୍ନଟ ହୋଇନି । ଅନୁଗୁଳରେ ମଧ୍ୟ ସଂଖ୍ୟା ବଦଳିନି। ଗତକାଲି ସଂଖ୍ୟା ୧୫ ଥିବା ବେଳେ ଅପରିବର୍ତ୍ତିତ ରହିଛି । ଏ ପଟେ କୋଭିଡ୍‌ ଟେଷ୍ଟିଂ ବା ପରୀକ୍ଷା ନମ୍ବର ବଢି ୬୩,୪୭୮ ହୋଇଛି ।ଆଜି ୩୬୫୮ଟି ନମୁନା ପରୀକ୍ଷା ହୋଇଛି । ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରେ ୩୫୨ ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୫୯ । ୧୫-୪୦ ବର୍ଷ ବୟସର ୨୫୬ ଜଣ ଆକ୍ରାନ୍ତ ରହିଛନ୍ତି । ୪୧ ବର୍ଷରୁ ୬୦ ବର୍ଷ ବୟସର ୧୧୪ । ୬୦ ବର୍ଷରୁ ଅଧିକ ବୟସର ୨୮ ଜଣ ଆକ୍ରାନ୍ତ ରହିଛନ୍ତି । ୦-୧୪ ବର୍ଷ ବୟସର ୧୩ ଜଣ ଆକ୍ରାନ୍ତ ରହିଛନ୍ତି ।

   ସମ୍ବନ୍ଧିତ ଖବର


ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ମାତିଲେ ଗଜରାଜ, ଦଳିଲେ ଏକର ଏକର ଧାନ ଫସଲ, ଭୟରେ ଗ୍ରାମବାସୀ

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଆଜି ତିର୍ତ୍ତୋଲରେ ରୋଡ୍‌ ସୋ’ କରିବେ ଧର୍ମେନ୍ଦ୍ର

ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…