5G ରେସରୁ ବାହାରିପାରେ ଚାଇନିଜ୍ କମ୍ପାନୀ Huawei, ମନ୍ତ୍ରୀମାନଙ୍କ ବୈଠକ

ନୂଆଦିଲ୍ଲୀ ୩୦/୬: ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନି । ଗତକାଲି ଏନେଇ ଭାରତ ସରକାର ୫୯ ଚାଇନିଜ୍ ଆପ୍ସ ବ୍ୟାନ୍ କରିଦେଇଥିଲେ । ତେବେ ଏଥିରେ ଆଉ ଏକ ଚାଇନିଜ୍ କମ୍ପାନୀ ହୁୱୈ ମଧ୍ୟ ବଳି ପଡିପାରେ । ହୁୱୈ ଭାରତରେ ୫ଜି ସେବାର ଏକ ପ୍ରମୁଖ ଉତ୍ତରାଧିକାରୀ । ଭାରତରେ ୫ଜିର ନିଲାମି ବର୍ଷେ ପୂର୍ବେ ଟାଳିଦିଆଯାଇଥିଲା କିନ୍ତୁ ଗତ ବର୍ଷ ହୁୱୈକୁ ୫ଜି ଟ୍ରାଏଲରେ ଭାଗ ନେବା ପାଇଁ ଅନୁମତି ଦିଆଯାଇଥିଲା ।

ଆମେରିକା ସବୁ ଦେଶ ଉପରେ ହୁୱୈକୁ ବାହାର କରିବା ପାଇଁ ଚାପ ପକାଉଛି । ଆମେରିକାରେ ହୁୱୈ ପ୍ରଡକ୍ଟ ଉପରେ ମେ ୨୦୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଅନୁସାରେ ଗତକାଲି ମୋଦି ସରକାର ବରିଷ୍ଠ ମନ୍ତ୍ରୀଙ୍କ ସହିତ ବୈଠକରେ ୫ଜି ଉପରେ ଚର୍ଚ୍ଚା କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଓ ବାଣିଜ୍ୟମନ୍ତ୍ରୀ ପୀୟୁଷ ଗୋୟଲ ବୈଠକରେ ସାମିଲ ଥିଲେ ।

ବୈଠକର ଫଳାଫଳ ଜଣାପଡିନାହିଁ । ସୀମା ବିବାଦ ପରେ ଦେଶରେ ପରିବର୍ତ୍ତିତ ପରିସ୍ଥିତିରେ ହୁୱୈ ପାଇଁ ରାସ୍ତା କଠିନ ରହିବ । ସିଙ୍ଗାପୁରରେ ୫ଜି ଦୌଡରେ ହୁୱୈ ବାହାର ହୋଇସାରିଛି । ସେଠାରେ ନୋକିଆ ଓ ଏରିକ୍ସନକୁ ସୁଯୋଗ ମିଳିଛି । ଆମେରିକା ଓ ଅଷ୍ଟ୍ରେଲିଆରେ ସୁରକ୍ଷା କାରଣକୁ ନଜରରେ ରଖି ହୁୱୈକୁ ଟ୍ରାଏଲରୁ ବାହାର କରାଯାଇଛି । କୁହାଯାଉଛି କି ଭାରତ ସରକାର ମଧ୍ୟ ହୁୱୈ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିପାରନ୍ତି । କହିରଖୁଛୁ ଗତକାଲି ୫୯ ଚାଇନିଜ୍ ଆପ୍ସ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ

ହୃଦୟ ବିଦାରକ ଦୃଶ୍ୟ: ଯନ୍ତାରେ ଭୋକିଲା ଶିଶୁକୁ ସାପ ଓ ୭୦୦ ଜୀବଙ୍କ ମଧ୍ୟରେ ରଖିଥିଲେ ମାଆ ଓ ସାବତବାପ- ପୁଲିସ କଲା ଉଦ୍ଧାର