PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

୨୦୨୧-୨୨ରେ ଭାରତରେ ଲଞ୍ଚ ହେବ ୫ଜି !ବଦଳାଇ ଦେବ ଜୀବନଶୈଳୀ,ପରସ୍ପର ସହ ଯୋଡ଼ିହେବେ ମେସିନ୍‌

ନୂଆଦିଲ୍ଲୀ ୩୦/୧୨: ଟେଲିକମ୍‌ ନେଟ୍‌ୱର୍କ ଏ ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ହିଁ କାମ କରୁଛି । କିନ୍ତୁ ଆଗକୁ ଏହା ମେସିନ୍‌ଗୁଡ଼ିକ ନିମନ୍ତେ କାର୍ଯ୍ୟ କରିବ । ମେସିନ୍‌ଗୁଡ଼ିକୁ ପରସ୍ପର ସହ ଯୋଡ଼ିବ । ତେବେ ଏହାଦ୍ୱାରା ଉପଭୋକ୍ତାମାନେ ହିଁ ଫାଇଦା ପାଇବେ । ୫ଜି ଏବଂ ଅନ୍ୟାନ୍ୟ ପରବର୍ତ୍ତୀ ପିଢ଼ିର ମୋବାଇଲ୍‌ ନେଟ୍‌ୱର୍କ ଦ୍ୱାରା ଏହା ବାସ୍ତବରେ ପରିଣତ ହେବାକୁ ଯାଉଛି ।

ଏକ ରିପୋର୍ଟ ମୁତାବକ ୫ଜି ନେଟ୍‌ୱର୍କରେ ମେସିନ୍‌ଗୁଡ଼ିକ ପରସ୍ପର ସହ ଯୋଡ଼ିହୋଇ କଥାବାର୍ତ୍ତା କରିପାରିବେ । ବଡ଼ ଧରଣର ଆଇଓଟି (ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ) ଯୋଗାଯୋଗର ଯୁଗ ଆରମ୍ଭ ହେବ । ଏହି ଯୁଗରେ ମେସିନ୍‌ଗୁଡ଼ିକର ପାରସ୍ପରିକ ଯୋଗାଯୋଗ ବଢ଼ିବ । ପ୍ରତ୍ୟେକ ମେସିନ୍‌ରେ ସେନ୍‌ସର ସାମିଲ ହୋଇପାରିବ । ଟୋଷ୍ଟର, ମାଇକ୍ରୋୱେଭ୍‌, ରେଫ୍ରିଜରେଟର ଏବଂ ଏସି ଆଦି ଲୋକଙ୍କ ସହିତ ଯୋଗାଯୋଗ କରିପାରିବ ।

ଫଳରେ ସ୍ମାର୍ଟ ହୋମ୍‌ ସଂଖ୍ୟା ବଢ଼ିବାରେ ଲାଗିବ । ରୋଷେଇ ଶାଳରୁ ସିଧାସଳଖ ଆମାଜନ୍‌ ଇକୋ ଅଥବା ଗୁଗୁଲ୍‌ ହୋମ୍‌କୁ ଅପ୍‌ଡେଟ୍‌ ମିଳିବ । ଫଳରେ ସେମାନେ ସ୍ମାର୍ଟ ଉତ୍ପାଦ ଯଥେଷ୍ଟ ପରିମାଣରେ ମହଜୁଦ କରି ରଖିବେ । ବେନ୍‌ ଆଣ୍ଡ୍‌ କମ୍ପାନିର ପାର୍ଟନର ଦିନ୍‌କର ଆୟିଲାଭାରାପୁ କହିଛନ୍ତି, ୫ଜି ନେଟ୍‌ୱର୍କ ସହଜରେ ଏଆର୍‌ (ଅଗ୍‌ମେଣ୍ଟେଡ୍‌ ରିୟଲିଟି) ଏବଂ ଭିଆର୍‌ (ଭର୍ଚୁଆଲ୍‌ ରିଅଲିଟି)କୁ ସପୋର୍ଟ କରିପାରିବେ । ଫଳରେ ଏଥିରୁ ଲୋକମାନେ ବିଶେଷ ଫାଇଦା ପାଇବେ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ଏହା ଦ୍ୱାରା ଅଧିକ ଉପକୃତ ହେବ ।

ଜିଏସ୍‌ଏମ୍‌ଏ ଇଣ୍ଟେଲିଜେନ୍ସର ସୂଚନା ମୁତାବକ ୨୦୧୯ ଏବଂ ୨୦୨୫ ମଧ୍ୟରେ ୫ଜି ଉପରେ ପାଖାପାଖି ୧ ଲକ୍ଷ କୋଟି ଡଲାର ଖର୍ଚ୍ଚ ହେବ । ଆସନ୍ତା ୭ ବର୍ଷ ମଧ୍ୟରେ ୫ଜି ନେଟ୍‌ୱର୍କ ଆମେରିକା, ଚୀନ୍‌, ଜାପାନ, ବ୍ରିଟେନ୍‌ ଏବଂ ୟୁରୋପୀୟ ସଂଘ ରାଷ୍ଟ୍ରରେ ଅଧିକ ପରିପକ୍ୱ ହେବ । ଭାରତରେ ୨୦୨୧-୨୨ ବେଳକୁ ୫ଜି ସେବା ଆରମ୍ଭ କରାଯାଇପାରେ ।

ଭାରତରେ ୫ଜି ସ୍ପେକ୍ଟ୍ରମ୍‌ ନିଲାମ ଆସନ୍ତା ବର୍ଷ ହେବାକୁ ଯାଉଛି । ୨୦୨୫ ସୁଦ୍ଧା ବିଶ୍ୱରେ ୫ଜି ସଂଯୋଗ ସଂଖ୍ୟା ୧୪୦ କୋଟି ଛୁଇଁବାକୁ ଯାଉଛି । ସେହିଭଳି ୪ଜି ସଂଯୋଗ ସଂଖ୍ୟା ପାଖାପାଖି ୫୫୦ କୋଟି ଅତିକ୍ରମ କରିବ । ତେବେ ୫ଜି ସେବା ପରେ ପରେ ୬ଜି ଟେକ୍ନୋଲୋଜି ଉପରେ ରାଷ୍ଟ୍ରଗୁଡ଼ିକ ଫୋକସ୍‌ କରିବେ ।