ଇଟାଲୀ ସରକାରଙ୍କ କଠୋର ପଦକ୍ଷେପ: ଲକ୍‌ଡାଉନର କଟକଣା ଭାଙ୍ଗିଲେ ୫ ବର୍ଷ ଜେଲ

ଇଟାଲୀ ୨୧/୩: କରୋନା ଭାଇରସ ଯୋଗୁ ଇଟାଲୀରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ସୁଦ୍ଧା ଦେଶରେ ଏହି ଭାଇରସ ଯୋଗୁ ପ୍ରାୟ ୭୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୭ ହଜାର ଲୋକ ପ୍ରାଣ ହରାଇଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି । ସେଠାରେ ବହୁ ଲୋକ କଟକଣା ନ ମାନି ବାହାରେ ବୁଲୁଥିବାରୁ ଭାଇରସକୁ ରୋକିବା ଅସମ୍ଭବ ହୋଇପଡୁଛି । ତେଣୁ ଇଟାଲୀ ସରକାର ଏବେ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ।

ସରକାର ନୂଆ ନିୟମ କରିଛନ୍ତି ଯାହା ଅନୁସାରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ବି ଆଇସୋଲେସନରେ ନ ରହି ବାହାରେ ବୁଲିଲେ ତାକୁ ୧ରୁ ୫ ବର୍ଷ ଯାଏଁ ଜେଲ ଦଣ୍ଡ ଦିଆଯିବ । ସରକାରଙ୍କ ଦ୍ୱାରା ଲଗାଯାଇଥିବା କଟକଣା ଉଲ୍ଲଂଘନ କରି କେହି ସାଧାରଣ ନାଗରିକ ଘରୁ ବାହାରିଲେ ତା’ ଉପରେ ୩,୨୪୫ ଡଲାର ଜରିମାନା ଲଗାଯିବ । ସେହିପରି କରୋନାର ପ୍ରସାର ରୋକିବା ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶାବଳି ଉଲ୍ଲଂଘନ କରୁଥିବା କମ୍ପାନିକୁ ୫ରୁ ୩୦ ଦିନ ଯାଏଁ ବନ୍ଦ କରି ଦିଆଯିବ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ