ଏହି ବିଜେଡି ନେତାମାନଙ୍କୁ ମିଳିଲା ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ ୬ ଉପଦେଷ୍ଟାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା

ଭୁବନେଶ୍ବର ୬।୯: ଉପଦେଷ୍ଟା ପଦବୀରେ ନିଯୁକ୍ତି ପାଇଥିବା ବିଜେଡି ନେତାମାନଙ୍କୁ ରାଜ୍ୟ ସରକାର ବିଧିବଦ୍ଧ ପ୍ରମୁଖ ସଚିବ, ମୁଖ୍ୟ ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି।

ତାହା ଅନୁଯାୟୀ ବିଜେଡିର ନବନିଯୁକ୍ତ ୬ ଜଣ ନେତାଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟା ମିଳିଛି । ସେହିପରି ୪ ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟା ଦିଆଯାଇଛି । ଜଣେ ନେତାଙ୍କୁ ଦିଆଯାଇଛି ମୁଖ୍ୟ ସଚିବ ପାହ୍ୟା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡ. ଲୋପାମୁଦ୍ରା ବକ୍ସିପାତ୍ର, ସୁଧୀର ଦାସ, ମୁଜିବୁଲ୍ଲା ଖାନ୍‌, ଅନୁଭବ ପଟ୍ଟନାୟକ, କୃତ୍ତିବାସ ପାତ୍ର, ରାମଚନ୍ଦ୍ର ପଣ୍ଡାଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ଅପରପକ୍ଷରେ ସୁଜିତ୍ କୁମାରଙ୍କୁ ମିଳିଛି ମୁଖ୍ୟ ସଚିବ ପାହ୍ୟା । ଅନ୍ୟପଟେ ଉତ୍କଳ କେଶରୀ ପରିଡା, ଦେବାଶିଷ ମଲ୍ଲିକ, ସୁଲତା ଦେଓ, ଜନ୍ମେଜୟ ଲେଙ୍କାଙ୍କୁ ପ୍ରମୁଖ ସଚିବ ପାହ୍ୟା ମିଳିଛି ।

ସୂଚନାଯୋଗ୍ୟ ଯେ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ସୁଜିତ କୁମାରଙ୍କୁ ନିଯୁକ୍ତି ମିଳିଥିଲା । ମୁଜିବୁଲ୍ଲା ଖାନଙ୍କୁ ଓଡିଶା ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା। ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା । ସେହିପରି ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତିର ପରାମର୍ଶଦାତା, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଇଟି ଏବଂ ଆଇଟି ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା ।

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଭାବେ କୃତିବାସ ପାତ୍ରଙ୍କୁ ଦାୟିତ୍ବ ମିଳିଥିଲାବେଳେ ଓଡିଶା କୃଷି ବିପଣନ ପରିଷଦର ଉପଦେଷ୍ଟା ଭାବେ ରାମଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଥିଲା । ସହିଭଳି ସୁଧିର ଦାସଙ୍କୁ ଓଡିଶା ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଉପଦେଷ୍ଟା ହୋଇଥିଲେ ଉତ୍କଳ କେଶରୀ ପରିଡା । ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପରାମର୍ଶଦାତା ଭାବେ ଜନ୍ମଜୟ ଲେଙ୍କାଙ୍କୁ ଦାୟିତ୍ବ ମିଳିଥିଲା ।

   ସମ୍ବନ୍ଧିତ ଖବର


ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ