ବନ୍ଧୁକ ମୁନରେ ଛେଳି ଲୁଟର ଘଟଣାର ପର୍ଦ୍ଦାଫାଶ: ୬ ଆନ୍ତଃଜିଲ୍ଲା ଚୋର ଗିରଫ, ୧୫୧ ଛେଳିମେଣ୍ଢା ଉଦ୍ଧାର

ଭଞ୍ଜନଗର ୧୪/୧: ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ରାତି ଅଧିଆ ଛେଳିମେଣ୍ଢା ଚୋରି କରି ସାରା ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ଏକ ଆନ୍ତଃଜିଲ୍ଲା ଚୋର ଦଳକୁ ଭଞ୍ଜନଗର ପୁଲିସକୁ କାବୁ କରିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଇଲାକାରୁ ଏହି ଗ୍ୟାଙ୍ଗ୍‌ ଠାବ କରିବା ସହ ୬ଜଣ ଆନ୍ତଃଜିଲ୍ଲା ଛେଳି ଚୋରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ଜଟଣୀ ଥାନା ଅନ୍ତର୍ଗତ ବେନାପାନଝରି ଗ୍ରାମର ସାକୁଲୁଦ୍ଦିନ୍‌ ଖାନ, ମୁକ୍ତାର ଖାନ, ସହବୁଦ୍ଦିନ୍‌ ଖାନ୍‌, ଏମଡି. ଆଡରିସ୍‌, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଅଣ୍ଡା ଗ୍ରାମର ୟୁସୁଫ୍‌ ଅଲ୍ଲୀ ଖାନ୍‌ ଓ ଜଟଣୀ ଥାନା ଅନ୍ତର୍ଗତ ରାଣୀପୁର ଗ୍ରାମର ଶତ୍ରୁଘ୍ନ ବେହେରା । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ପୁଲିସ୍ ସୂଚନା ମୁତାବିକ ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ୫ଟି ମୋବାଇଲ, ୩ଟି ବାଇକ୍‌ ଓ ଗୋଟିଏ ସ୍କର୍ପିଓ ଜବତ ହୋଇଛି । ସେମାନଙ୍କ ହେପାଜତରୁ ମୋଟ ୭୧ଟି ଛେଳି ଓ ୮୦ଟି ମେଣ୍ଢା ଉଦ୍ଧାର କରାଯାଇଛି । ଉଦ୍ଧାର ଛେଳିମେଣ୍ଢାକୁ ଭଞ୍ଜନଗର ଅଣାଯିବା ରାସ୍ତାରେ ୫ଟି ଛେଳି ଛୁଆର ମୃତ୍ୟୁ ହୋଇଛି । ଘଟଣାର ମାଷ୍ଟର ମାଇଣ୍ଡ ଫେରାର ହୋଇଥିବା ପୁଲିସ କହିଛି । ଭଞ୍ଜନଗର ଥାନାରେ ସୋମବାର ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏହି ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


୩୦ ଲକ୍ଷର ବ୍ରାଉନ୍‌ସୁଗର ଜବତ, ୨ ମାଫିଆ ଗିରଫ

କାର୍ଯ୍ୟକ୍ଷମ ହେଲା ଭର୍ଚୁଆଲ ପୁଲିସ ଷ୍ଟେସନ: ଏଣିକି ଅନ୍‌ଲାଇନରେ ଗାଡ଼ି ଚୋରି ଏତଲା

ଯାଜପୁରରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତା, ଚନ୍ଦକା ଆସିବ

ବ୍ରିଜ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍ ‘ମାରୁତି’: ୭ ମୃତ, ୪୦ରୁ ଅଧିକ ଆହତ