PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ରକ୍ତ ରଞ୍ଜିତ ହେଲା ଆସାମ-ମିଜୋରାମ ସୀମା ବିବାଦ; ଫୁଟିଲା ଗୁଳି, ୬ ଆସାମ ପୁଲିସ କର୍ମୀଙ୍କ ମୃତ୍ୟୁ

pic-ndtv.com

ଦିଶପୁର: ଚୀନ ସହିତ ସୀମା ବିବାଦ ନେଇ ସ୍ଥିତି ସଂକଟାପନ୍ନ ରହିଥିବା ବେଳେ ଏପଟେ ଦୁଇ ରାଜ୍ୟ ମଧ୍ୟରେ ସୀମାକୁ ନେଇ ଆରମ୍ଭ ହୋଇଛି ରକ୍ତାକ୍ତ ସଂଘର୍ଷ। ଗୋଟିଏ ଦେଶର ଦୁଇ ପଡ଼ୋଶୀ ରାଜ୍ୟ ହୋଇ ମଧ୍ୟ ଜଣେ ଅପରର ରକ୍ତ ପିପାସୁ ସାଜିଛି। ଦେଶ ପୂର୍ବୋତ୍ତର ରାଜ୍ୟ ମଧ୍ୟରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଆସାମ ଓ ମିଜୋରାମ ମଧ୍ୟ ସୀମା ବିବାଦ ଶେଷରେ ରକ୍ତ ରଞ୍ଜିତ ହୋଇଛି।

ଦୁଇ ରାଜ୍ୟର ସୀମାରେ ଗୁଳିଫୁଟି ୬ ଆସାମ ପୁଲିସ ଅଫିସରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେବା ସହିତ ଲେଖିଛନ୍ତି “ମୋତେ ଏହା ସୂଚନା ଦେବାକୁ ଅତି ଦୁଃଖ ଲାଗୁଛି ଯେ ଆସାମ-ମିଜୋରାମ ସୀମା ଉପରେ ଆମ ରାଜ୍ୟର ସାମ୍ବିଧାନିକ ସୀମାକୁ ରକ୍ଷା କରିବାକୁ ଯାଇ ଆସାମର ୬ ବାହାଦୁର ଯବାନ ନିଜ ପ୍ରାଣର ଆହୁତି ଦେଇଦେଇଛନ୍ତି। ଶୋକ ସନ୍ତପ୍ତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।”  

ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଆସାମର କାଛାର ଜିଲ୍ଲା ମିଜୋରାମର କୋଲାସିବ ଜିଲ୍ଲାର ବୋର୍ଡର ଏରିଆରେ ଗୁଳିବିନିୟ ହୋଇଛି। ଏବଂ ସରକାରୀ ଗାଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ଏହା ଦୁଇଦିନ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବୋତ୍ତର ରାଜ୍ୟମାନଙ୍କର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ସେ ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୀମା ବିବାଦକୁ ମେଣ୍ଟାଇବାକୁ ପରାମର୍ଶ ଦେଇଥିଲେ। ହେଲେ ଏନେଇ କୌଣସି କଡ଼ା ପଦକ୍ଷେପ ନେଇନଥିବାରୁ ଆଦି ଦୁଇ ରାଜ୍ୟ ମଧ୍ୟରେ ରକ୍ତାରକ୍ତ ଶଂଘର୍ଷ ହୋଇଛି।

ଏପଟେ ସୀମାରେ ଗୁଳି ଫୁଟିବା ପରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟ ଟ୍ୱିଟ୍ ୱାର୍ ଆରମ୍ଭ ହୋଇଯାଇଛି। ସୀମା ବିବାଦର ସମାଧାନ ପାଇଁ ଶାନ୍ତପୂର୍ଣ୍ଣ ଭାବେ ସମାଧାନ ନ କରି ଜଣେ ଅନ୍ୟ ଜଣଙ୍କ ଉପରେ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି।  

ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ହିଂସା ବେଳର ଭିଡିଓ ଟ୍ୱିଟରେ ପୋଷ୍ଟ କରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ” ଶ୍ରୀ ଅମିତ ଶାହ ଆଜ୍ଞା, ଦୟାକରି ଏହି ସମସ୍ୟା ଉପରେ ଗୁରୁତ୍ୱ ଦିଅନ୍ତୁ। ବର୍ତ୍ତମାନ ଏହା ବନ୍ଦ ହେବା ଉଚିତ। “

ଅନ୍ୟ ଏକ ଟ୍ୱିଟ୍‌ କରି ସେ ଲେଖିଛନ୍ତି “ନୀରିହ ଦମ୍ପତ୍ତି କାଛାର ଦେଇ ମିଜୋରାମ ଫେରୁଥିବା ବେଳେ ସେମାନଙ୍କ ସହିତ ଦୁର୍ବୁତ୍ତମାନେ ଲୁଟ୍‌ତରାଜ କରିବା ସହିତ ମାର୍‌ପିଟା କରିଛନ୍ତି। ଏହି ହିଂସାତ୍ମକ କାର୍ଯ୍ୟକୁ ଆପଣ କେମିତି ନ୍ୟାୟା ଦେବେ ? “

ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଲେଖିଛନ୍ତି ” ସମ୍ମାନୀୟ ଜୋରାମଥାଙ୍ଗ ଆଜ୍ଞା କୋଲାସିବ ଏସ୍‌ପି ଆମକୁ ହଟିଯିବାକୁ କହିଥିଲେ, ଆଉ ସେ ପର୍ଯ୍ୟନ୍ତ ଆମ ନାଗରିକମାନେ ନା ହିଂସା ରୋକିବେ ନା କିଛି ଶୁଣିବେ। ଏମିତି ପରିସ୍ଥିତିରେ କେମିତି ସରକାର ଚଳାଇବୁ। ଆଶା କରେ ଖୁବ୍‌ଶୀଘ୍ର ଏଥିରେ ଆପଣ ହସ୍ତକ୍ଷେପ କରିବେ।” ଅନ୍ୟ ଏକ ଟ୍ୱିଟ୍‌ରେ ସୀମା ବିବାଦ ନେଇ ଆସାମ ମୁଖ୍ୟମନ୍ତ୍ରୀ ନିଜେ ସୀମାକୁ ଯିବେ ବୋଲି ଘୋଷଣା କରିଛନ୍ତି।

ପ୍ରକୃତ ଘଟଣା ହେଲା ମିଜୋରାମର ତିନିଟି ଜିଲ୍ଲା ଆଇଜଲ, କୋଲାସିବ ଏବଂ ମମିଟ ଆସାମର କାଛାର,ହାଇଲାକଣ୍ଡି ଏବଂ କରିମଗଞ୍ଜ ଜିଲ୍ଲା ସହିତ ୧୬୪ କିମି ସୀମା ବାଣ୍ଟିଛନ୍ତି। ବର୍ଷ ବର୍ଷ ଧରି ବିବାଦୀ ସୀମାନ୍ତରେ ଦୁଇ ରାଜ୍ୟ ମଧ୍ୟରେ ଝଗଡ଼ା ହୋଇ ଆସୁଛି। ଉଭୟ ପକ୍ଷ ପରସ୍ପର ଉପରେ ଅନୁପ୍ରବେଶ ଅଭିଯୋଗ ଲଗାଉଛନ୍ତି। ତେବେ ସୀମା ବିବାଦର ଯାଞ୍ଚ ପାଇଁ ମିଜୋରାମ ସରକାର ଏକ ସୀମା କମିଶନ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷତା କରିଛନ୍ତି ଖୋଦ୍ ଉପମୁଖ୍ୟମନ୍ତ୍ରୀ ତଉଁଲିଆ ଏବଂ ଗୃହମନ୍ତ୍ରୀ ଲାଲଚାମ୍ଲିଆନା ଭାଇସ୍ ଚେୟାର୍‌ ମ୍ୟାନ୍ ହୋଇଛନ୍ତି।

ସମ୍ବନ୍ଧିତ ଖବର