୬ ଦିନର ନବଜାତ ଯମଜଙ୍କୁ କରୋନା, ମା’ ଥିଲେ କୋଭିଡ ପଜିଟିଭ୍

ଅହମ୍ମଦାବାଦ,୨୩/୫: ଗୁଜରାଟର ମେହସନା ଜିଲ୍ଲାରେ ୬ ଦିନ ତଳେ ଜନ୍ମ ନେଇଥିବା ଯମଜ ଭାଇ ଓ ଭଉଣୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାରେ ସେମାନେ ରାଜ୍ୟର ସବୁଠୁ କମ୍‌ ବୟସ୍କ ରୋଗୀ ବୋଲି ଜଣେ ଅଧିକାରୀ ଶୁକ୍ରବାର ପ୍ରକାଶ କରିଛନ୍ତି ।

ଜିଲ୍ଲା ଉନ୍ନୟନ ଅଧିକାରୀ ମନୋଜ ଦକ୍ଷିଣୀଙ୍କ କହିବା ଅନୁସାରେ ମେହସନା ଜିଲ୍ଲାର ମୋଲିପୁର ଗାଁର ଜଣେ ଗର୍ଭବତୀ ଯିଏକି କରୋନା ପଜିଟିଭ୍‌ ଭାବେ ଚିହ୍ନିତ ହୋଇଥିଲେ ସେ ମେ ୧୬ ତାରିଖରେ ବଡ଼ନଗର ହସ୍ପିଟାଲରେ ଏହି ଯାଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହା ହେଉଛି ରାଜ୍ୟରେ ପ୍ରଥମ ଘଟଣା ଯେଉଁଥିରେ ନବଜାତ, ପୁଣି ଯାଁଳା ପିଲା କରୋନା ଭାଇରସ ପଜିଟିଭ୍‌ ଭାବେ ଚିହ୍ନିତ ହୋଇଛନ୍ତି । ନବଜାତ ଶିଶୁପୁତ୍ରଟି ମେ ୧୮ ତାରିଖରେ କରୋନା ପଜିଟିଭ୍‌ ଚିହ୍ନିତ ହୋଇଥିବାବେଳେ କନ୍ୟା ସନ୍ତାନର ରିପୋର୍ଟ ଶୁକ୍ରବାର ପଜିଟିଭ୍‌ ଆସିଛି । ଉଭୟଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସେ ପ୍ରକାଶ କରିଛନ୍ତି ।

ସୂଚନା ଥାଉକି, ମୁମ୍ବାଇରୁ ଫେରିଥିବା ୩ ଜଣ ଲୋକ କରୋନା ପଜିଟିଭ୍‌ ଭାବେ ଚିହ୍ନିତ ହେବା ପରେ ମେହସନା ଜିଲ୍ଲାର ମୋଲିପୁର ଗାଁ ଏବେ କରୋନାର ଗଡ଼ ପାଲଟିଛି ।

   ସମ୍ବନ୍ଧିତ ଖବର


ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି

ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା