ମହାରାଷ୍ଟ୍ର ହିଙ୍ଗୋଲିରେ ଏସଆରପିଏଫ୍ ଓ ଦିଲ୍ଲୀ ପୋଲିସର ୬ଯବାନ କରୋନା ପଜିଟିଭ

ମୁମ୍ବାଇ,୨୨।୪: ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ରାଜ୍ୟ ରିଜର୍ଭ ପୋଲିସ ବଳ(ଏସଆରପିଏଫ୍)ର ୬ ଜଣ ଯବାନ କରୋନା ଭାଇରସ ସଂକ୍ରମିତ ହୋଇଥିବାର ଜଣାପଡିଛି। ଅଧିକାରୀଙ୍କ ସୂଚନା ଅନୁସାରେ, ସେମାନେ ନିକଟରେ ମୁମ୍ବାଇରେ ମୁତୟନ ଥିଲେ ଓ ଫେରିବା ପରେ ତାଙ୍କୁ ଅଲଗା ରଖାଯାଇଥିଲା। ସିଭିଲ ସର୍ଜନ ଡାକ୍ତର କିଶୋର ପ୍ରସାଦ ଶ୍ରୀବାସଙ୍କ କହିବା ଅନୁସାରେ, ଏସଆରପିର ଦୁଇଟି ୟୁନିଟର ଯବାନ ମୁମ୍ବାଇ ଫେରିଥିଲେ। ସେମାନେ ୪୫ ଦିନ ସେଠାରେ ମୁତୟନ ଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଅଲଗା ରଖାଯାଇଛି।

ହିଙ୍ଗୋଲିର ଏସଆରପିଏଫ୍ ହସ୍ପିଟାଲରେ ୧୯୪ ଜଣ ଯବାନ ରହିଛନ୍ତି। ତାଙ୍କ ଭିତରୁ ୧୦୧ ଜଣ ଯବାନଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କ ଭିତରୁ ୯୫ ଜଣ ସଂକ୍ରମଣର ଶିକାର ହୋଇନଥିବା ବେଳେ ୬ ଜଣ କରୋନା ପଜିଟିଭ ଜଣାପଡିଛନ୍ତି। ସମସ୍ତ ଯବାନଙ୍କ ସ୍ଥିତି ଏବେ ସ୍ଥିର ରହିଛି।

ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ମଙ୍ଗଳବାର ଜାହାଙ୍ଗୀରପୁରୀରେ ୬ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଜଣାପଡିଛନ୍ତି। ସୋମବାର ଚାନ୍ଦିନୀ ମହଲ ପୋଲିସ ଷ୍ଟେସନରେ ମୁତୟନ ଥିବା ୫ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଥିବା ନେଇ ଜଣାପଡିଥିଲା, ସେଭଳି ୩ ଜଣ ପୋଲିସ ପୂର୍ବରୁ ସଂକ୍ରମିତ ଥିଲେ।

   ସମ୍ବନ୍ଧିତ ଖବର


ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ