ଧାର କରି ୬ଲକ୍ଷ ଟଙ୍କାର ମୁଦି କିଣିବା ପରେ ପ୍ରେମିକାକୁ କଲା ପ୍ରପୋଜ୍

ନୂଆଦିଲ୍ଲୀ,୨୦।୨: ଜାନ୍ ଏଲିଅଟ୍ ନାମକ ଜଣେ ଯୁବକ ଅଜଣା ମହିଳାଙ୍କଠାରୁ ଆଙ୍ଗୁଠି ମୁଦି ଧାର ନେଇ ପ୍ରେମିକାକୁ କରିଛନ୍ତି ପ୍ରପୋଜ୍। ୨୭ବର୍ଷର ଏହି ଯୁବକ ଜଣକ ଜେନି ପାର୍କରଙ୍କୁ ପାଖାପାଖି ୪୬ହଜାର ଟଙ୍କା ଦେଇ ତାଙ୍କ ଠାରୁ ଏହି ମୁଦି କିଣିଥିଲେ। ମୁଦିର ପ୍ରକୃତ ଦାମ୍ ୬ଲକ୍ଷ ୪୫ହଜାର ଟଙ୍କା ବୋଲି ଜେନି କହିଛନ୍ତି।

ଜାନ୍ ଭଡ଼ାଟିଆଠାରୁ ଆଙ୍ଗୁଠି ନେବା ପାଇଁ ସୋସିଆଲ ମିଡ଼ିଆରେ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲା। ଏହା ପରେ ଜଣେ ଅଜଣା ମହିଳାଙ୍କ ସହିତ କିଛି ଦିନ ଧରି କଥା ହୋଇଥିଲେ। କିଛି ଦିନ ଧରି କଥା ହେବା ପରେ ତାଙ୍କଠାରୁ ମୁଦି ଧାରରେ ନେବା ପାଇଁ ପ୍ରସ୍ତାବ ଦେଇଥିଲେ। ଜାନର କହିବାନୁସାରେ, ସେ ବିନା ମୁଦିରେ ପ୍ରେମିକାକୁ ପ୍ରପୋଜ୍ କରିବାକୁ ଚାହୁଁନଥିଲେ।
ଜାନର ଏକ ବନ୍ଧୁଙ୍କ କହିବାସାରେ, ଜାନର ପ୍ରେମିକାକୁ ହାତ ମୁଦି ବହୁତ ପସନ୍ଦ। କାଲି ସନ୍ଧ୍ୟାରେ ସେ ବହୁତ ମନଦୁଃଖ ମଧ୍ୟ କରିଥିଲା। ପ୍ରେମିକା ଜଣକ ନିଜ ହାତରେ ଏକ ମୁଦି ଦେଖିବାକୁ ଚାହୁଁଥିଲା। ତେଣୁ ତାଙ୍କର ଗୋଟିଏ ଜିଦି ଥିଲା କି, ସେ ହାତରେ ମୁଦି ପିନ୍ଧିବ।

ମୁଦି ଧାର ଦେଇଥିବା ମହିଳା ଜେନି କହିଛନ୍ତି, ଏହି ଆଙ୍ଗଠୁ ମୋ ପାଇଁ ବହୁତ ଲକି ଥିଲା। ୮ବର୍ଷ ପର୍ଯ୍ୟନ୍ତ ସେ ଏହି ମୁଦିକୁ ପିନ୍ଧିଥିଲେ। ମାତ୍ର ସୋସିଆଲ୍ ମିଡ଼ିଆରେ ଜଣେ ଅଚିହ୍ନା ପିଲା ତାଙ୍କୁ ମୁଦି ମାଗିଥିବାରୁ ସେ ବହୁତ ଖୁସି ହୋଇଯାଇଥିଲେ। ଜେନି ଭାବୁଥିଲେ କି, ଏହି ମୁଦି ଆଉ କାହାର ନୂଆ ଜୀବନ ଆରମ୍ଭ କରିବାରେ ସହାୟତା ହୋଇପାରିବ। ତେଣୁ ସେ କିଛି ନ ଭାବି ଜାନଙ୍କୁ ମୁଦି ବିକ୍ରି କରିଦେଇଥିଲେ।