ଶ୍ରୀଲଙ୍କା ବାଟ ଦେଇ ତାମିଲନାଡୁରେ ପଶିଲେ ୬ ଲସ୍କର ଆତଙ୍କବାଦୀ,ବଡ଼ ଧରଣର ଆକ୍ରମଣ ପାଇଁ କରୁଛନ୍ତି ଷଡଯନ୍ତ୍ର

ନୂଆଦିଲ୍ଲୀ,୨୩।୮: ତାମିଲନାଡୁରେ ଲସ୍କର-ଇ-ତୋଇବାର ୬ ଜଣ ଆତଙ୍କବାଦୀଙ୍କ ଭାରତ ଭିତରେ ପ୍ରବେଶ କରିବାର ଖବର ମିଳିଛି। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ସମସ୍ତ ଆତଙ୍କବାଦୀ ଶ୍ରୀଲଙ୍କା ରାସ୍ତା ଦେଇ ଭାରତରେ ପ୍ରବେଶ କରିଛନ୍ତି। ଏହି ଆତଙ୍କବାଦୀଙ୍କ ଭିତରେ ଜଣେ ପାକିସ୍ତାନୀ ନାଗରିକ ଓ ୫ ଜଣ ଶ୍ରୀଲଙ୍କାର ବୋଲି ଜଣାପଡିଛି। ସୁରକ୍ଷା ଏଜେନ୍ସିକୁ ମିଳିଥିବା ଇନପୁଟ୍ ପରେ ଚେନ୍ନାଇ ସହିତ ବହୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଲସ୍କରର ସମସ୍ତ ଆତଙ୍କବାଦୀ ଶ୍ରୀଲଙ୍କା ବାଟ୍ ଦେଇ ଭାରତରେ ପ୍ରବେଶ କରିଛନ୍ତି। ସୁରକ୍ଷା ଏଜେନ୍ସିକୁ ଯେଉଁ ଇନପୁଟ୍ ମିଳିଛି ତାହା ଅନୁସାରେ ଏହି ସମସ୍ତ ଆତଙ୍କବାଦୀ ହିନ୍ଦୁଙ୍କ ଭଳି ବେଶଭୂଷା ଧାରଣ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଠାରୁ ନିଜକୁ ବଞ୍ଚାଇବା ପାଇଁ ସେମାନେ ତିଳକ ଲଗାଇ ସମ୍ପୂର୍ଣ୍ଣ ହିନ୍ଦୁ ଭଳି ଦେଖାଯିବେ।

ଆତଙ୍କବାଦୀମାନେ ତାମିଲନାଡୁରେ ଦାଖଲ ହେବାର ଖବର ପରେ ଡିଜିପି ସୁରକ୍ଷାକୁ ନେଇ ଗାଇଡ୍ ଲାଇନ୍ ଜାରି କରିଦେଇଛନ୍ତି। ରାଜ୍ୟ ପକ୍ଷରୁ  ସମସ୍ତ ହୋଟେଲ ଓ ଲଜରେ ତଲାସୀ ଆରମ୍ଭ କରିଦିଆଯାଇଛି। ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ପାଇଁ ପ୍ରତ୍ୟେକ ଗାଡିକୁ ରୋକି ଦିଆଯାଇଛି। ଏହାଛଡା ସମ୍ବେଦନଶୀଳ ଓ ମହତ୍ତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରିଦିଆଯାଇଛି। ଉଲ୍ଲେଖନୀୟ ଯେ,ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପାକିସ୍ତାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ କଶ୍ମୀରର ସ୍ଥିତି ଖରାପ କରିବା ପାଇଁ ଲଗାତାର ଭାବରେ ନିଜର ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି।

   ସମ୍ବନ୍ଧିତ ଖବର


ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ବାଲକୋନୀର ପ୍ରେମରୁ ସାତ ଜନମର ସାଥୀ ….ଚର୍ଚ୍ଚାରେ ଏହି ରୋମିଓ-ଜୁଲିଏଟ୍

ଗଙ୍ଗା ନଦୀରୁ ମିଳିଲା ଦକ୍ଷିଣ ଆମେରିକାର ମାଛ, ବୈଜ୍ଞାନିକଙ୍କୁ ଘାରିଲା ଏହି ଭୟ

ରିୟାଙ୍କ ଉପରେ ସବୁ ଦୋଷ ଲଦିଲେ ରକୁଲ: କହିଲେ-ମୁଁ କେବେ ଡ୍ରଗ୍ସ ନେଇନି…

ବିହାର ନିର୍ବାଚନ : କରୋନା ସାଥିରେ ଚାଲିବ ମତଦାନ , ନିର୍ବାଚନ ଆୟୋଗ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା

ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ, ଶୋକରେ ବୁଡିଲା ସାରା ଦେଶ