PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଆକ୍ସନ ମୁଡ଼ରେ କମିଶନରେଟ୍ ପୁଲିସ: ଦୁର୍ଦ୍ଦାନ୍ତ ଲୁଟେରା ରାହୁଲ ସହ ୬ ଗିରଫ, ୧୩ ମୋବାଇଲ୍‌ ଜବତ

ଭୁବନେଶ୍ୱର,୨୭/ ୦୨ : ଏୟାରପୋର୍ଟ ଥାନା ପୁଲିସ ଦୁର୍ଦ୍ଦାନ୍ତ ଲୁଟେରା ରାହୁଲ ଗ୍ୟାଙ୍ଗ୍‌କୁ ଗିରଫ କରିଛି । ରାହୁଲ ସମେତ ତା’ର ୬ ସହଯୋଗୀ ଓ ଜଣେ ନାବାଳକକୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ୧୩ଟି ମୋବାଇଲ ଫୋନ୍‌ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଣ୍ଡମୁଣ୍ଡା ତାରିଣି ବସ୍ତିରେ ରହୁଥିବା ଅନୁଗୁଳ ଆଠମଲ୍ଲିକର ରାହୁଲ ଓରଫ ଟୁକୁ ଓରଫ ଭାଗ୍ୟବନ୍ତ ମିଶ୍ର(୨୦), ତାରିଣୀ ବସ୍ତିରେ ରହୁଥିବା ଗଞ୍ଜାମ କୋଦଳାର ସାଗର ଭୋଳ(୧୯), ଗଣ୍ଡମୁଣ୍ଡା ଲେନ୍‌-୫ରେ ରହୁଥିବା କଟକ ଜିଲ୍ଲା ବୈଦେଶ୍ୱର ଥାନା କଳାପଥରର ଜିତେନ୍ଦ୍ର ସାହୁ(୧୯), ଏୟାରଫିଲ୍ଡ ଥାନା ପାଞ୍ଚଗାଁର ଦୁର୍ଗା ଶଙ୍କର ମାଝି(୧୯), ଏୟାରପୋର୍ଟ ଥାନା କାରଗିଲ ବସ୍ତିର ପିଙ୍କୁ ଓରଫ ସତ୍ୟଜିତ ମହାନ୍ତି(୧୯), ପାଞ୍ଚଗାଁର ଗାନୁ ଓରଫ ଜ୍ଞାନରଞ୍ଜନ ଚମ୍ପତି(୨୦) ଓ ଜଣେ ନାବାଳକ ।

ପୁଲିସ ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ ଶ୍ୟାମସୁନ୍ଦର ସରକାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପୋଖରୀପୁଟ ଅଞ୍ଚଳରୁ ୨ ଲୁଟେରା ମୋବାଇଲ ଫୋନ୍‌ ଝାମ୍ପି ନେଇଥିଲେ । ଏନେଇ ଶ୍ୟାମସୁନ୍ଦର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଲୁଟ୍‌ ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ଗତକାଲି ଦୁର୍ଦ୍ଦାନ୍ତ ଲୁଟେରା ରାହୁଲ ସମେତ ତା’ ଗ୍ୟାଙ୍ଗ୍‌ର ଅନ୍ୟ ୬ ସହଯୋଗୀଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୧୩ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଥିଲା । ପୁଲିସ ଜାଣିବାକୁ ପାଇଛି, ରାହୁଲ ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲା । ସେ ସାଗର ସହିତ ମିଶି ମୋବାଇଲ୍‌ ଫୋନ୍‌ ଲୁଟ୍‌ପାଟ କରୁଥିଲା । ଧରା ପଡ଼ିଥିବା ସହଯୋଗୀମାନଙ୍କ ସହାୟତାରେ ସେ ଲୁଟ୍‌ ମୋବାଇଲ ଗୁଡ଼ିକ କମ୍‌ ଦାମ୍‌ରେ ବିକ୍ରି କରି ଦେଉଥିଲା । ସେମାନଙ୍କୁ ରାହୁଲ କିଛି କିଛି ଟଙ୍କା ଧରାଇ ଦେଉଥିଲା । ରାହୁଲ ନାମରେ କେବଳ ଖଣ୍ଡଗିରି ଥାନାରେ ୮ଟି ଲୁଟ୍‌ପାଟ ମାମଲା ଥିବା ବେଳେ ଖାରବେଳନଗର, ଜଟଣୀ ଓ ଅନ୍ୟାନ୍ୟ ଥାନା ମିଶାଇ ଡର୍ଜନେରୁ ଅଧିକ ମାମଲା ଥିବା ଜଣା ପଡ଼ିଛି । ଆଜି ନାବାଳକକୁ ପୁଲିସ ଛାଡ଼ି ଦେଇଥିବା ବେଳେ ରାହୁଲ, ସାଗର, ଜିତେନ୍ଦ୍ର, ଦୁର୍ଗା, ସତ୍ୟଜିତ ଓ ଜ୍ଞାନଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।