ତ୍ରୀଶୁର,୨୬/୦୯: କେରଳର ତ୍ରୀଶୁର ସହରର ଜଣେ ଯୁବକ ଗତ ୬ ମାସ ମଧ୍ୟରେ ୩ ଥର କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପାଲେଭେଲିଲ ସାଭିଓ ନାମକ ୩୮ ବର୍ଷୀୟ ଯୁବକ ଜଣକ ଗତ ମାର୍ଚ୍ଚ ମାସରେ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏକ ଇଭେଣ୍ଟ ପରିଚାଳନା କମ୍ପାନିରେ କାମ କରୁଥିବା ସାଭିଓ ଚୀନ୍ରେ କାମ କରୁଥିବା ଜଣେ ସହକର୍ମୀଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିଲେ। ଏକ ଘରୋଇ ଡାକ୍ତରଖାନାରେ ଏକସପ୍ତାହରୁ ଊଦ୍ଧ୍ୱର୍ସ ମୟ ଧରି ଚିକିତ୍ସିତ ହେବା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।
ଜୁଲାଇ ୨୨ରେ ତାଙ୍କ ନିକଟରେ ପୁଣିଥରେ କରୋନା ଲକ୍ଷଣ ଦେଖାଯିବାରୁ ସେ ନିଜର ଆର୍ଟି-ପିସିଆର୍ ଟେଷ୍ଟ କରିଥିଲେ।ରିପୋର୍ଟ ପଜିଟିଭ ଆସିବାରୁ ଦୀର୍ଘ ୨୦ ଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ଗତ ସପ୍ଟେମ୍ବର ୫ରେ ତୃତୀୟ ଥର ପାଇଁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତୃତୀୟ ଥର ମଧ୍ୟ ତାଙ୍କର ଆର୍ଟି-ପିସିଆର୍ ଟେଷ୍ଟ ହୋଇଥିଲା।ପରେ ସେପ୍ଟେମ୍ବର ୧୧ରେ ରାପିଡ ଆଣ୍ଟିଜେନ ଟେଷ୍ଟନେଗେଟିଭ ଆସିବାରୁ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇ ପାରୁନଥିବାରୁ ସେ ବାରମ୍ବାର ସଂକ୍ରମିତ ହେଉଛନ୍ତି।