PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ଉତ୍ତରପ୍ରଦେଶରେ ପୁଣି ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା, ୬ ଜଣ କରିଛନ୍ତି ଗଣଦୁଷ୍କର୍ମ…

https://www.livehindustan.com/

ଲକ୍ଷ୍ନୌ: ୟୁପିରେ ମହିଳାଙ୍କ ସହ ଅତ୍ୟାଚାରର ଆଉ ଏକ ମାମଲା ସାମନାକୁ ଆସିଛି । ମହାରାଜଗଂଜରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ୬ ଜଣ ଯୁବକ ଏକାଠି ବସି ମଦ୍ୟପାନ କରୁଥିଲେ । ଆଉ ଯେତେବେଳେ ତାଙ୍କୁ ନିଶା ହୋଇଗଲା ଏକ ବିଭତ୍ସ କାଣ୍ଡ ସେମାନେ ଘଟାଇ ବସିଲେ ।

ମହାରାଜଗଂଜ ଅଂଚଳରେ ୧୮ ଜାନୁଆରୀରେ ଜଣେ ୧୨ ବର୍ଷିୟ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଏବେ ସାରା ଅଂଚଳରେ ଆତଙ୍କ ଖେଳାଇଛି । ୧୮ ଜାନୁଆରୀ ସନ୍ଧ୍ୟାରେ ନିଜ ମାଙ୍କ ସହ ବୁଲିବାକୁ ଯାଇଥିଲେ । ଏହି ସମୟରେ ୬ ଜଣ ଲୋକ ତାଙ୍କର ଅପହରଣ କରିନେଇଥିଲେ । ଆଉ ନାବାଳିକାଙ୍କ ସହ ଗ୍ୟାଙ୍ଗରେପ୍ କରିଛନ୍ତି ।

ତେବେ ସେମାନଙ୍କ ପରିଚୟ ଖୋଲିଯିବା ଭୟରେ ନୀରିହ ନାବାଳିକାର ତଣ୍ଟି ଚିପି ହତ୍ୟା କରିଛନ୍ତି ସେମାନେ । ଜଙ୍ଗଲ ଭିତରୁ ନାବାଳିକାଙ୍କ ମୃତଦେହ ଅର୍ଦ୍ଧନଗ୍ନ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି । ଏନେଇ ଅଭିଯୁକ୍ତ ଗୋବିନ୍ଦ କହିଛି କି ମୋର ସାଥିମାନେ ମୋତେ ମଦ ପିଆଇ ଥିଲେ । ଏହା ପରେ ମୋତେ ନିଶା ହୋଇଗଲା । ଆଉ ମୁଁ ଝିଅଟିକୁ ଟାଣି କରି ନେଇ ଆସିଲି । ଏହାପରେ ୬ ଜଣ ମିଶି ଦୁଷ୍କର୍ମ କରିଥିଲୁ । ଆଉ ଏହା ପରେ ଜଣେ ସାଥି ଝିଅର ତଣ୍ଟି ଚିପି ହତ୍ୟା କରିଛି । ପୋଲିସ ଏହି ଘଟଣାର ଖୁଲାସା କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ସମସ୍ତେ ନିଜ ଅପରାଧ ସ୍ବୀକାର କରିଛନ୍ତି ।

ସମ୍ବନ୍ଧିତ ଖବର