ବରଗଡ: କାର୍ଯ୍ୟରେ ଅବହେଳା ଯୋଗୁଁ ୬ ପୋଲିଂ କର୍ମଚାରୀ ସସପେଣ୍ଡ

source:twitter.com
ବରଗଡ ୧୯/୪: ୬ ଜଣ ପୋଲିଂ କର୍ମଚାରୀ ସସପେଣ୍ଡ । ନିର୍ବାଚନ କାର୍ଯ୍ଯରେ ଅବହେଳା ଯୋଗୁଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ବରଗଡ ଜିଲ୍ଲାପାଳ । ୩ ପ୍ରିଜାଇଡିଂ ଓ ୩ ସେକ୍ଟର ଅଫିସର ସସପେଣ୍ଡ ହୋଇଛନ୍ତି ।
ସସପେଣ୍ଡ ହୋଇଥିବା କର୍ମଚାରୀ ମାନେ ହେଲେ ୬୮ ନଂ ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ଏବଂ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ । ୨୩୫ ନଂ ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଏବଂ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ ସସପେଣ୍ଡ ହୋଇଛନ୍ତି । ୧୬ ନଂ ବୁଥର ପ୍ରଜାଇଡିଂ ଅଫିସର ରାତମ୍ ସେଠୀ ପୋଟରାୟା ଏବଂ ସେହି ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନଙ୍କୁ କାର୍ଯ୍ଯରେ ଅବହେଳା ଯୋଗୁଁ ସସପେଣ୍ଡ କରିଛନ୍ତି ଜିଲ୍ଲାପାଳ।