୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କଲେ ଦୁଇଭାଇ,ଏହାପରେ ତାଙ୍କ ମା’ କଲେ ଏଭଳି…

ନୂଆଦିଲ୍ଲୀ,୨୩।୮: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲ୍ଲାରେ ଦୁଇ ନାବାଳିକ ଭାଇ ୬ ବର୍ଷୀୟ ଜଣେ ନାବାଳିକାକୁ ସାମୁହିକ ଦୁଷ୍କର୍ମ କରି ତାକୁ ହତ୍ୟା କରିଥିବାର ସୂଚନା ମିଳିଛି। ପୋଲିସ ଆଜି ଏହି ମାମଲା ସମ୍ପର୍କରେ ସୂଚନା ଦେଇଛି। ମିଳିଥିବା ଖବର ଅନୁସାରେ ପ୍ରଥମ ଶ୍ରେଣୀରେ ପଢୁଥିବା ୬ବର୍ଷର ଏହି ନାବାଳିକା ମଙ୍ଗଳବାର ମଧ୍ୟାହ୍ନରେ ନିଖୋଜ ହୋଇଯାଇଥିଲା  ଓ ଏହାକୁ ଶେଷ ଥର ଅଭିଯୁକ୍ତଙ୍କ ଘର ପାଖରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ଝିଅଟି ଯେତେବେଳେ ଘରକୁ ଫେରିନଥିଲା ତାଙ୍କ ପରିବାର ଲୋକ ଖୋଜିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଝିଅଟିକୁ କେହି ପାଇନଥିଲେ। ପରିବାର ଲୋକେ ଏ ସମ୍ପର୍କରେ ପୋଲିସକୁ   ଦେଇଥିଲେ। ପୋଲିସ ଏହାପରେ ତଲାସୀ ଆରମ୍ଭ କରିଦେଇଥିଲା। ତେବେ ବୁଧବାର ଯେତେବେଳେ ଦୁଇ ଅଭିଯୁକ୍ତ ନାବାଳକଙ୍କ ମା’ ମାନିନେଇଥିଲେ ତାଙ୍କର ଦୁଇ ପୁଅ ନାବାଳିକାର ଗଳାଚିପି ହତ୍ୟା କରିଦେଇଛନ୍ତି ଓ ମୃତଦେହକୁ ଲୁଚାଇବାରେ ସେ ସହାୟତା କରିଛନ୍ତି ସେତେବେଳେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ମାମଲାରେ ଫୁଲବେହଦ ପୋଲିସ ଷ୍ଟେସନ ଏସଏଚଓ ସୂଚନା ଦେଇଛନ୍ତି ଯେ, ନାବାଳିକାର ମୃତଦେହ ଅଭିଯୁକ୍ତଙ୍କ ଘର ଠାରୁ ୨୦୦ ମିଟର ଦୂରରେ ମିଳିଥିଲା। ଅଭିଯୁକ୍ତଙ୍କ କହିବା ଅନୁସାରେ ଚକୋଲେଟ୍ ଦେବା ବାହାନାରେ ସେମାନେ ଝିଅଟିକୁ ଘରକୁ ଡକାଇଥିଲେ। ଦୁଇ ଅଭିଯୁକ୍ତ ନାବାଳକଙ୍କ ବୟସ ଜଣଙ୍କର ୧୫ ଓ ଅନ୍ୟ ଜଣଙ୍କର ୧୨ ବର୍ଷ ବୋଲି ଜଣାପଡିଛି। ସେମାନେ ପାଠପଢା ଛାଡି ଦେଇଥିବା ବେଳେ ତାଙ୍କର ପରିବାର ଲୋକ ଦିନ ମଜୁରିଆ ଭାବରେ କାମ କରନ୍ତି। ଦୁହେଁ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା କଥା ମଧ୍ୟ ସ୍ବୀକାର କରିଛନ୍ତି।

   ସମ୍ବନ୍ଧିତ ଖବର


ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ସେଲୁନ୍‌ରେ ଚୁଟି କାଟୁଥିବା ଲୋକକୁ ଗୁଳି ମାରୁଥିବା ବେଳେ ଚୁଟି କଟାଳୀ ଓ କାଟୁଥିବା ବ୍ୟକ୍ତିଙ୍କର ମୃତ୍ୟୁ

୨ ଦିନର ଶିଶୁକନ୍ୟାକୁ ୧୦୦ ଥର ପେଚ୍‌କସ ଭୁସି ହତ୍ୟା

ଲାଞ୍ଚ ନେଉଥିବା ବେଳେ ମାଡି ବସିଲେ ଭିଜିଲାନ୍ସ ଅଧିକାରୀ- ଗିରଫ ହେଲେ ଶ୍ରମ ବିଭାଗର କନିଷ୍ଠ କିରାଣୀ

ହାଥରସ୍ ମାମଲା: ପୋଷ୍ଟମର୍ଟମ ରିପୋର୍ଟରେ ପୀଡିତାଙ୍କ ମୃତ୍ୟୁକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା, ବାରମ୍ବାର ଗଳା ଚାପିଥିବାରୁ ଭାଙ୍ଗିଯାଇଥିଲା ସର୍ଭାଇକଲ୍ ସ୍ପାଇନ୍

ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଘଟଣା, ଡିସିପି ବା ତଦୁଦ୍ଧ୍ୱ୍ୱର୍ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ