୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ବାରାବଙ୍କୀ ୨୩/୧୦: ମିଶନ ଶକ୍ତି ଅନୁସାରେ ଆଜି ସିଏମ୍ ଯୋଗୀ ସାରା ପ୍ରଦେଶରେ ୧୫୩୫ ଥାନାରେ ମହିଳା ଡେସ୍କ ଉଦଘାଟନ କରିଛନ୍ତି । କିନ୍ତୁ ବାରାବଙ୍କୀରେ ମହିଳା ଶକ୍ତି ହେଲ୍ପ ଡେସ୍କର ଶୁଭାରମ୍ଭ କରିବା ପାଇଁ ଜଣେ ୬ ବର୍ଷର ଇନ୍ସପେକ୍ଟର ପହଞ୍ଚିଥିଲେ । ଏହି ଇନ୍ସପେକ୍ଟରଙ୍କ ନାଁ ଅଲିନା ସିଦ୍ଦିକି । ସେ ରିବନ କାଟି ମହିଳା ଶକ୍ତି ହେଲ୍ପ ଡେସ୍କର ଶୁଭାରମ୍ଭ କଲେ ।

ପୋଲିସ ଇନ୍ସପେକ୍ଟରଙ୍କ ପୋଷାକରେ ପହଞ୍ଚିଥିଲେ ଅଲିନା ସିଦ୍ଦିକି । ମହିଳା ଡେସ୍କ ହେଲ୍ପ ଫତେହପୁର ଇନଚାର୍ଜ ମଧ୍ୟ ସମ୍ଭାଳିଥିଲେ । ଇନ୍ସପେକ୍ଟର ଥାନାରେ ପହଞ୍ଚିବାପରେ ପୋଲିସକର୍ମୀମାନେ ତାଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ । ଚେୟାରରେ ବସିବା ପରେ ୬ ବର୍ଷୀୟା ଇନ୍ସପେକ୍ଟର ଅଲିନା ପୋଲିସକର୍ମୀଙ୍କଠୁ ଏନେଇ ସୂଚନା ନେଇଥିଲେ ଏବଂ ସେମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ପ୍ରଦେଶରେ ମହିଳାମାନଙ୍କ ପ୍ରତି ବଢୁଥିବା ଅପରାଧକୁ ଦେଖି ଥାନାରେ ମହିଳା ହେଲ୍ପ ଡେସ୍କର ଶୁଭାରମ୍ଭ କରାଯାଇଛି । ଏଠାରେ ମହିଳା ଓ ଯୁବତୀମାନଙ୍କ ସମ୍ବନ୍ଧିତ ଅଭିଯୋଗକୁ ବିଶେଷ ରୂପେ ଶୁଣାଯିବ । ବାରାବଙ୍କୀରେ ଫତେହପୁର ଥାନାରେ ମହିଳାଙ୍କ ସଶକ୍ତିକରଣ ଭାବନାକୁ ଜାଗ୍ରତ କରିବା ପାଇଁ ହେଲ୍ପ ଡେସ୍କର ବଡ ଦାୟିତ୍ୱ ୬ ବର୍ଷର ଅଲିନାଙ୍କୁ ପ୍ରଦାନ କରାଯାଇଛି । ଅଲିନା ନିଜ ଦାୟିତ୍ୱ ଭଲ ଭାବେ ପାଳନ କରିଛନ୍ତି ଏବଂ ବର୍ଦ୍ଦି ପ୍ରତି ସମ୍ମାନ ମଧ୍ୟ ଦେଖାଇଛନ୍ତି । ଏହିଭଳି ପ୍ରୟୋଗ ଜରିଆରେ ପୋଲିସ, ବାଳିକା ଓ ମହିଳାଙ୍କ ମନରେ ପୋଲିସ ପ୍ରତି ବିଶ୍ୱାସ ବଢାଇବାକୁ ଚାହୁଁଛି ।