ଆଜି ରାତି ୧୦ଟାରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ୬୦ ଘଣ୍ଟା ସଟଡାଉନ୍

ଭୁବନେଶ୍ୱର ୨୩/୪: ୬୦ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟଡାଉନ୍ । ଆଜି ରାତି ୧୦ଟାରୁ ରବିବାର ୨୬ ତାରିଖ ସକାଳ ୧୦ଟା ଯାଏଁ ୬୦ ଘଣ୍ଟା ସଟଡାଉନ୍ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୫ ଦିନ ଭିତରେ ଲଗାତ ଏହି ଜିଲ୍ଲାରେ କରୋନା ପଜିଟିଭ୍ ମାମଲା ବୃଦ୍ଧି ପାଇଛି । ନିଶ୍ଚିତ ଭାବେ ଏହା ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଏହି ସଟଡାଉନ୍ ଭୁବନେଶ୍ୱରରେ ହୋଇଥିବା ସଟଡାଉନ୍ ଭଳି ହେବ । ଏମରଜେନ୍ସି ମେଡିସିନ୍ ଦୋକାନ ଖୋଲା ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଏହି ସମୟ ମଧ୍ୟରେ ଯେଉଁମାନେ ଚିହ୍ନଟ ହୋଇନାହାଁନ୍ତି ସେମାନଙ୍କୁ ଚିହ୍ନଟ କରାଯିବ । ଏହି ସମୟ ମଧ୍ୟରେ ଟେଷ୍ଟିଂକୁ ୩ ଗୁଣା ବଢାଯିବ । କର୍ଫ୍ୟୁ ଭଳି ପରିସ୍ଥିତି ରହିବ । ସାଧାରଣ ଲୋକଙ୍କୁ ବାହାରକୁ ବାହାରିବା ମନା ।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୧୨ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହେବା ସହ ଅନ୍ୟ ୧୧ଟି ଆକ୍ଟିଭ୍ କେସ୍ ରହିଛି । ସେହିଭଳି ଭଦ୍ରକ ଜିଲ୍ଲାରେ ୧୧ ପଜିଟିଭ୍ ମାମଲା ଆସିଥିବା ସହ ଆକ୍ଟିଭ୍ କେସ୍ ୯ ରହିଛି । ୨ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ୧୦ ମାମଲା ପଜିଟିଭ୍ ଆସିବା ସହ ୧୦ ଆକ୍ଟିଭ୍ କେସ୍ ରହିଛି ।

ସଟଡାଉନ୍ ସମୟରେ ଦୋକାନ ବଜାର ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । କେବଳ କିଛି ନିର୍ଦ୍ଧିଷ୍ଟ ମେଡିସିନ୍ ଦୋକାନ ଖୋଲା ରହିବ । ସଟଡାଉନ୍ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   ସମ୍ବନ୍ଧିତ ଖବର


ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣା : ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ସସ୍‌ପେଣ୍ଡ

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଅବକାରୀ କର୍ମଚାରୀଙ୍କୁ ମାଡ ଘଟଣା: ଗିରଫ ସଂଖ୍ୟା ୭ରେ ପହଞ୍ଚିଲା, ଏବେସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନି ପୋଲିସ

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…