ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଟିକାକରଣ: ୬୦ରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ମିଳିବ ସଞ୍ଜୀବନୀ ଡୋଜ୍‌

ନୂଆଦିଲ୍ଲୀ,୨୫/୦୨: କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌କୁ ନେଇ ଭୟ ଘାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ମେଗା ଟିକାକରଣ ଅଭିଯାନ ଆରମ୍ଭ ପାଇଁ ଘୋଷଣା କରାଯାଇଛି । ୬୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଏବଂ ବିଭିନ୍ନ ଦୁରାରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମିଳିବ ସଞ୍ଜୀବନୀ ଡୋଜ୍‌ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ଥିବା ପାଖାପାଖି ୧୦,୦୦୦ ସରକାରୀ କେନ୍ଦ୍ରରେ ମାଗଣାରେ କୋଭିଡ ଟିକାର ଡୋଜ୍‌ ଯୋଗାଇ ଦିଆଯିବ । ୨୦,୦୦୦ ଘରୋଇ କେନ୍ଦ୍ରରେ ମଧ୍ୟ ଟିକା ଉପଲବ୍ଧ ହେବ । କିନ୍ତୁ ଏଠାରୁ ଡୋଜ୍‌ କିଣିବାକୁ ପଡ଼ିବ । ଡୋଜ୍‌ ପିଛା କେତେ ଟଙ୍କା ଦେବାକୁ ହେବ, ସେ ବାବଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ।

ଟିକା ଦର ଧାର୍ଯ୍ୟ ପାଇଁ ହସ୍ପିଟାଲ ଏବଂ ଟିକା ନିର୍ମାତାଙ୍କ ସହ ସରକାର ଆଲୋଚନା ଜାରି ରଖିଛନ୍ତି । ୩-୪ ଦିନ ମଧ୍ୟରେ ଡୋଜ୍‌ର ମୂଲ୍ୟ ବାବଦରେ ଘୋଷଣା କରାଯିବ । ତେବେ ଲୋକମାନେ ସେମାନଙ୍କ ମନ ମୁତାବକ ଟିକା ଚୟନ କରିପାରିବେ କି ବୋଲି ପ୍ରଶ୍ନର ଉତ୍ତରରେ ଜାଭଡ଼େକର କହିଛନ୍ତି, ଦେଶରେ ଏବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ ଟିକା ଉପଲବ୍ଧ ରହିଛି । ଉଭୟ ଟିକା ମହାମାରୀ ଉପରେ ବେଶ୍‌ ପ୍ରଭାବୀ । ଏହି ଦୁଇଟି ଟିକା ପାଇଁ ଭାରତ ଗର୍ବିତ ।

ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ଦ୍ୱାରା କୋଭିସିଲ୍ଡ ଟିକା ପ୍ରସ୍ତୁତ କରାଯାଇଛି । ଭାରତରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଏହି ଟିକାର ଉତ୍ପାଦନ ଦାୟିତ୍ୱ ହାତକୁ ନେଇଛି । ସେହିଭଳି ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ୍‌ ଦ୍ୱାରା କୋଭାକ୍ସିନ୍‌ ଟିକା ବିକଶିତ କରାଯାଇଛି । ଉଭୟ ଟିକା କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡି ସୃଷ୍ଟି କରୁଥିବା ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି । ଏମିତି କି କରୋନାର ବିଭିନ୍ନ ଷ୍ଟ୍ରେନ୍‌ ଉପରେ ମଧ୍ୟ ଟିକାଦ୍ୱୟ ପ୍ରଭାବୀ ବୋଲି ଦାବି କରାଯାଇଛି ।

ମନ୍ତ୍ରୀ ଜାଭଡ଼େକର କହିଛନ୍ତି, ଭାରତରେ କୋଭିଡ ଟିକାକରଣ ଅଭିଯାନ ସଫଳତାପୂର୍ବକ ଜାରି ରହିଛି । ଅଭିଯାନ ବେଶ୍‌ ଶୃଙ୍ଖଳିତ ଢଙ୍ଗରେ ଚାଲିଛି । ଟିକା ନେଇଥିବା ଲୋକଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ ।

ଏବେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଟିକା ନେବେ କି ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜାଭଡ଼େକର କହିଛନ୍ତି, ଯେଉଁମାନେ ଚାହିଁବେ ଟିକା ନେଇପାରିବେ । ସେମାନେ ମାର୍ଚ୍ଚ ୧ରୁ ନିଜ ଇଚ୍ଛା ଅନୁସାରେ କେନ୍ଦ୍ର ଚୟନ କରି ଡୋଜ୍‌ ନେଇପାରିବେ । ତେବେ ଅଧିକାଂଶ ମନ୍ତ୍ରୀ ଟଙ୍କା ଦେଇ ଟିକା ନେବାକୁ ଚିନ୍ତା କରୁଥିବା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କର ଟିକାକରଣ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ଏବଂ ବିଭିନ୍ନ ରୋଗରେ ପୀଡ଼ିତ ଲୋକଙ୍କୁ ଡୋଜ୍‌ ଦିଆଯିବ । ଏହିଭଳି ଭାବେ ଚଳିତବର୍ଷ ଜୁଲାଇ ପର୍ଯ୍ୟନ୍ତ ପ୍ରାଥମିକ ଭିତ୍ତିରେ ମୋଟ ୩୦ କୋଟି ଲୋକଙ୍କର ଟିକାକରଣ ହେବ । ଦେଶରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡ଼େକର କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନରେ ଚୀନ୍‌ ଓ ଅଗଷ୍ଟରେ ରୁଷ କରୋନା ଟିକାକରଣ ଆରମ୍ଭ କରିଥିଲା । ଆମେରିକା, ବ୍ରିଟେନ୍‌ ସମେତ ଅଧିକାଂଶ ରାଷ୍ଟ୍ର ଡିସେମ୍ବରରେ ଅଭିଯାନ ଆରମ୍ଭ କରିଥିଲେ । ଭାରତରେ ଜାନୁଆରୀ ୧୬ରୁ ଲୋକଙ୍କୁ ଟିକା ଡୋଜ୍‌ ଦିଆଯିବା ଆରମ୍ଭ ହୋଇଥିଲା । ଏହାପରେ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ତୀବ୍ର ଗତିରେ ଜାରି ରହିଛି । ଫେବ୍ରୁଆରୀ ୨୨ ସୁଦ୍ଧା ବିଶ୍ୱବ୍ୟାପୀ ୨୧ କୋଟି ସଞ୍ଜୀବନୀ ଡୋଜ୍‌ ଦିଆଯାଇଛି । ଆମେରିକାରେ ସର୍ବାଧିକ ୬.୪୧ କୋଟି ଡୋଜ୍‌ ଦିଆଯାଇଥିବା ବେଳେ ଏହା ପଛକୁ ଥିବା ଚୀନ୍‌ରେ ୪.୦୫ କୋଟି ଡୋଜ୍‌ ଦିଆଯାଇଛି । ସେହିଭଳି ୟୁରୋପୀୟ ସଂଘ ରାଷ୍ଟ୍ରରେ ୨.୭ କୋଟି, ବ୍ରିଟେନ୍‌ରେ ୧.୮ କୋଟି ଦିଆଯାଇଛି । ଏ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ଥିବା ଭାରତ ପାଖାପାଖି ୧.୨୩ କୋଟି ଟିକା ଦେଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, ଦେଶରେ ଏ ପର୍ଯ୍ୟନ୍ତ ୧,୨୩,୬୬,୬୩୩ କୋଭିଡ ଟିକା ଡୋଜ୍‌ ଦିଆସରିଲାଣି । ୬୫,୨୪,୭୨୬ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ନେଇସାରିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୪,୮୧,୭୫୪ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍‌ ଗ୍ରହଣ କରିଛନ୍ତି । ସେହିଭଳି ୪୩,୬୦,୧୫୩ ଫ୍ରଣ୍ଟଲାଇନ୍‌ କର୍ମଚାରୀ ଟିକାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି । ମନ୍ତ୍ରଣାଳୟ ରିପୋର୍ଟ ମୁତାବକ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ୨.୦୧ ଲକ୍ଷ ଡୋଜ୍‌ ଦିଆଯାଇଛି । ଆଜି ୮୩,୩୫୪ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ସେପଟେ ଗତ ୨୪ ଘଣ୍ଟାରେ ଦେଶରେ ୧୩,୭୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪,୦୩୭ ରୋଗୀ ସୁସ୍ଥ ହୋଇଛନ୍ତି । ଦିନକରେ ୧୦୪ ରୋଗୀଙ୍କ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.