ରାଜ୍ୟରେ ଆଉ ୬୧ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ବୃଦ୍ଧି

ଭୁବନେଶ୍ୱର, ୧୫/୫: ପ୍ରବାସୀ ଓଡ଼ିଆଙ୍କ ଆଗମନ ବଢିଚାଲିଛି । ଏପଟେ ରାଜ୍ୟରେ ତାଳ ଦେଇ କରୋନା ପଜିଟିଭ୍‌ ଗ୍ରାଫ୍‌ ମଧ୍ୟ ଉପରମୁହାଁ ହୋଇଛି । ଆଜି ରାଜ୍ୟ ୬୧ ନୂଆ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି। ଗଞ୍ଜାମ, ବାଲେଶ୍ବର, କଟକ, ପୁରୀ, ସୁନ୍ଦରଗଡ଼,ଦେବଗଡ଼, କେନ୍ଦ୍ରାପଡାର, ଯାଜପୁର ଓ ନୟାଗଡ଼ର ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି।

ଗୁରୁବାର ଚିହ୍ନଟ ହୋଇଥିବା ୭୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୧୭, ଭଦ୍ରକ ଜିଲ୍ଲାରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୩, ସୁନ୍ଦରଗଡ ଜିଲ୍ଲାରୁ ୨ଜଣ ରହିଛନ୍ତି ।

ଆଜି ରାଜ୍ୟରେ ନୂଆ କରି ୪୮ଟି କରୋନା ପଜିଟିଭ୍ ଚିହ୍ନଟ୍ ହୋଇଥିବା ବେଳେ ଗତକାଲି କେନ୍ଦ୍ରାପଡା ଜିଲ୍ଲାରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଥିଲେ। ସେହପରି ଗୁରୁବାର ଦିନ ରାଜ୍ୟ ୧୫ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୧୧ଟି ଆକ୍ଟିଭ୍‌ କେସ୍‌ ରହିଛି। ସେହିପରି ୧୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର