PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସନ୍ଧ୍ଯା ୫ ସୁଦ୍ଧା ୬୪ ପ୍ରତିଶତ ମତଦାନ

ଭୁବନେଶ୍ୱର ୧୮/୪: ଦ୍ୱିତୀୟ ପର୍ଯ୍ୟାୟ ସନ୍ଧ୍ଯା ୫ ସୁଦ୍ଧା ରାଜ୍ଯରେ ୬୪ ପ୍ରତିଶତ ମତଦାନ ହୋଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି  ରାଜ୍ଯ ମୁଖ୍ୟ  ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସୂଚନା ଅନୁସାରେ ସନ୍ଧ୍ଯା ୫ ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ଟିକିଏ ନଜର ପକାଇବା କେଉଁଠି କେତେ ପ୍ରତିଶତ ମତଦାନ ହୋଇଛି …

ବରଗଡ ଲୋକସଭା ଅନ୍ତର୍ଗତ ପଦ୍ମପୁରରେ ୬୭, ଭଟଲିରେ ୫୮, ବରଗଡରେ ୬୬.୭୦, ଅତାବିରାରେ ୬୭.୨୦, ବିଜେପୁର ୬୪ ପ୍ରତିଶତ ଭୋଟିଂ ହୋଇଛି । ସେହିଭଳି ଆସ୍କା ଲୋକସଭା ଅନ୍ତର୍ଗତ ଭଞ୍ଜନଗରରେ ୫୩.୫, ପୋଲସରାରେ ୫୧.୫, କବିସୂର୍ଯ୍ୟନଗରରେ ୫୨, ଖଲ୍ଲିକୋଟରେ ୫୧.୦୭, ଆସ୍କାରେ ୫୭.୬, ସୋରଡାରେ ୫୪.୬୨, ସାନଖେମୁଣ୍ଡିରେ ୫୫, ହିଞ୍ଜିଳିରେ ୫୫.୮ ପ୍ରତିଶତ ମତଦାନ ହୋଇଛି ।

ସକାଳ ୯ଟାରେ ୬.୫ ପ୍ରତିଶତ ମତଦାନ ହୋଇଥିବାବେଳେ ଦିନ ୧୧ଟାରେ ୧୮ପ୍ରତିଶତ ମତଦାନ ହୋଇଥିଲା । ଦିନ ୧ଟା ସୁଦ୍ଧା ୩୩ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୩ଟା ସୁଦ୍ଧା ୪୫.୧୮ ପ୍ରତିଶତ ମତଦାନ ହୋଇଥିଲା । କହିରଖୁଛୁ ପ୍ରଥମ ପର୍ଯ୍ଯାୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିଲା ।

ସମ୍ବନ୍ଧିତ ଖବର