PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ରାଜ୍ୟରେ ପ୍ରତିଷ୍ଠା ହେବ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ

କଟକ ୯/୦୮: ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୫ଟି ନୂତନ ସିଭିଲ୍‌ ଜଜ୍‌ (ଜୁନିଅର୍‌ ଡିଭିଜନ୍‌) ତଥା ଜେଏମ୍‌ଏଫ୍‌ସି (ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଫାଷ୍ଟ କ୍ଲାସ୍‌) କୋର୍ଟ ପ୍ରତିଷ୍ଠା ହେବ । ଏ ନେଇ ହାଇକୋର୍ଟର ସ୍ୱତନ୍ତ୍ର ଅଧିକାରୀ (ପ୍ରଶାସନିକ) ବାସୁଦେବ ଆଚାର୍ଯ୍ୟ ଜିଲ୍ଲା ଜଜ୍‌ମାନଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲା ଜଜ୍‌ମାନେ ଏଥିପାଇଁ କୋର୍ଟ ହଲ୍‌, ଡାଏସ୍‌, ଉଇଟ୍‌ନେସ୍‌ ବକ୍ସ, ପ୍ରିଜାଇଡିଂ ଅଫିସରଙ୍କ ଲାଗି ଅଫିସ୍‌ ଏବଂ ଚାମ୍ବର୍‌, ରହିବା ପାଇଁ ସୁବିଧା ଯୋଗାଇ ଦେବାକୁ ଚିଠିରେ କୁହାଯାଇଛି।

କେନ୍ଦୁଝର ଜିଲ୍ଲାର ତେଲକୋଇ, ହାଟଡିହି, ବଡବିଲ, ଘଟଗାଁ ଏବଂ ହରିଚନ୍ଦନପୁରରେ କୋର୍ଟ ପ୍ରତିଷ୍ଠା ହେବ । ସେହିପରି ସୁନ୍ଦରଗଡ଼ର କୋଇଡ଼ା, ବୀରମିତ୍ରପୁର, ଲହୁଣିପଡ଼ା, ବରଗାଁ, ଲେଫ୍ରିପଡ଼ା ଏବଂ ହେମଗିରି, ଭଦ୍ରକର ବନ୍ତ, କୋରାପୁଟର ନନ୍ଦପୁର, ନାରାୟଣପାଟଣା ଏବଂ ବୈପାରୀଗୁଡା, ପୁରୀର କୃଷ୍ଣପ୍ରସାଦ, କାକଟପୁର, କଣାସ ଏବଂ ଅସ୍ତରଙ୍ଗ, ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର, ମୁନିଗୁଡ଼ା ଏବଂ ପଦ୍ମପୁର, ମାଲକାନଗିରିର ମାଥିଲି ଏବଂ କୁଡୁମୁଲୁଗୁମା, ବାଲେଶ୍ୱର ଜିଲ୍ଲାର ଔପଦା ଏବଂ ଖଇରା, ନୟାଗଡ଼ ଜିଲ୍ଲାର ଗଣିଆ, ଗଞ୍ଜାମର ପୋଲସରା, ଜଗନ୍ନାଥପ୍ରସାଦ ଏବଂ ବେଲଗୁଣ୍ଠା, ଯାଜପୁର ଜିଲ୍ଲାର ବରୀପାଳ, ବିଞ୍ଝାରପୁର ଏବଂ ସୁକିନ୍ଦା, ବରଗଡ ଜିଲ୍ଲାର ଗାଇସିଲଟ, ପାଇକମାଳ ଏବଂ ବିଜେପୁର, ଝାରସୁଗୁଡା ଜିଲ୍ଲାର ଲଖନପୁର, ଲାଇକେରା ଏବଂ କିରିମିରା, କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଥୁଆମୂଳପୁର, କର୍ଲାମୁଣ୍ଡା ଏବଂ ଲାଞ୍ଜିଗଡ଼,

କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, ରାଇକିଆ ଏବଂ ଚକାପାଦ, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବୋଲଗଡ଼, ବାଲିପାଟଣା, ଚିଲିକା ଏବଂ ବେଗୁନିଆ, ଅନୁଗୁଳର ବଅଁରପାଳ ଏବଂ କିଶୋରନଗର, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ରାସଗୋବିନ୍ଦପୁର ଏବଂ ଠାକୁରମୁଣ୍ଡା, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ଡମପଡ଼ା ଏବଂ ମାହାଙ୍ଗା, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ଜଗତସିଂହପୁରର ଏରସମା, ନବରଙ୍ଗପୁରର କୋଶଗୁମୁଡା ଏବଂ ଝରିଗାଁ, କେନ୍ଦ୍ରାପଡ଼ାର ରାଜକନିକା ଓ ସମ୍ବଲପୁରର ରେଙ୍ଗାଲିରେ ଏହି କୋର୍ଟ ପ୍ରତିଷ୍ଠା ହେବ ।