ପୁଅର ଏଭଳି କାର୍ଯ୍ୟକଳାପ ଯୋଗୁଁ ୬୫ବର୍ଷ ବୟସ୍କ ବାପାକୁ ୨୧ବର୍ଷ ବୟସର ବୋହୁ ସହିତ କରିବାକୁ ପଡ଼ିଲା ଏମିତି କାମ…

ବିହାର ୨।୪: ମା’ ବାପାଙ୍କ ଚାପରେ ପଡ଼ି ପୁଅମାନେ ତାଙ୍କ ପସନ୍ଦର ଝିଅଙ୍କୁ ବିବାହ ତ କରିଦିଅନ୍ତି। କିନ୍ତୁ ତାପ​‌ରେ ସମ୍ପର୍କକୁ ଟାଣି ଟୁଣି ଦେବା ସହିତ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ବି ଆରମ୍ଭ କରିଦେଇଥାନ୍ତି। ଶେଷରେ ନିଜ ଉପରେ ରାଗ ସୁଜାଇବା ସହିତ ପରିବାର ଲୋକଙ୍କ ଉପରେ ବି ରାଗ ସୁଜାଇଥାନ୍ତି। ଏହି ଘଟଣା ଜଣେ କି ଦୁଇ ଜଣଙ୍କ ଘରେ ନୁହେଁ ପ୍ରାୟ ବହୁତ ଜଣଙ୍କ ଘରେ ଏଭଳି ଘଟଣା ଘଟୁଥିବାର ନଜର ଆସିଛି।

ବିହାରର ରାମସ୍ତୀପୁର ଜିଲ୍ଲାରେ ରହୁଥିବା ୬୫ବର୍ଷ ବୟସ୍କ ବାପା ରୋଶନ ଲାଲଙ୍କୁ କ’ଣ ଏମିତି ମଜବୁରୀ ପଡ଼ିଲା କି ତାଙ୍କୁ ୨୧ବର୍ଷ ବୟସର ଝିଅ ସହିତ କରିବାକୁ ପଡ଼ିଲା ବିବାହ। ଯେତେବେଳେ ରୋଶନ ଲାଲଙ୍କୁ ଏହି ବିଷୟରେ ପଚରାଗଲା ତାଙ୍କୁ ମଜବୁରୀ ଯୋଗୁଁ ଏମିତି କରିବାକୁ ପଡ଼ିଥିଲା ବୋଲି ସେ କହିଥିଲେ।

ରୋଶନ ଲାଲଙ୍କ ପୁଅର ବିବାହ ୨୧ବର୍ଷ ବୟସର ଝିଅ ସପନା ସହିତ ଠିକ୍ ହୋଇଥିଲା। ପରିବାର ଲୋକ ରାଜି ହେବା ପରେ ବିବାହ ପାଇଁ ସ୍ଥିର ହୋଇଥିଲା। ବରଯାତ୍ରୀ ଆସି ଝିଅ ଦୁଆରରେ ପହଞ୍ଚିଲା। ମାତ୍ର ମୋଡ଼ ସେତେବେଳେ ଆସି ପହଞ୍ଚିଲା ଯେତେବେଳେ ରୋଶନ ଲାଲର ପୁଅ ମଣ୍ଡପରୁ ଲୁଚି ପଳାଇଯାଇଥିଲା।

ରୋଶନ ଲାଲଙ୍କ କହିବାନୁସାରେ, ଏହି କାରଣରୁ ତାଙ୍କୁ ସପନାକୁ ବିବାହ କରିବାକୁ ପଡ଼ିଥିଲା। ସପନାର ପରିବାର ଲୋକଙ୍କ କହିବାନୁସାରେ, ଯଦି ବରଯାତ୍ରୀ ବିବାହ ମଣ୍ଡପରୁ ଫେରିଯାଇଥାନ୍ତା ତେବେ ବହୁତ ବଦନାମୀ ହୋଇଥାନ୍ତି। ରୋଶନର ପୁଅ ଅନ୍ୟ ଏକ ଝିଅକୁ ଭଲ ପାଉଥିଲା ତେଣୁ ସେ ମଣ୍ଡପ ଛାଡ଼ି ପଳାଇଥିଲା। ଦୁଇଟି ପରିବାରର ଇଜ୍ଜତ ରଖିବାକୁ ଯାଇ ରୋଶନ ଲାଲ ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ ଦୁଇଟି ପରିବାରର ସହମତିରେ ଏହି ବିବାହ ସମ୍ପର୍ଣ୍ଣ ହୋଇଥିଲା।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ