ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

୬୫ତମ ଆମାଜନ ଫିଲ୍ମଫେୟାର ପୁରସ୍କାର ସମାରୋହ, ପୁରସ୍କାର ପୋଛି ନେଲା ‘ ଗଲି ବୟ’

ଗୌହାଟୀ ୧୬/୨: ୬୫ତମ ଆମାଜନ ଫିଲ୍ମଫେୟାର ପୁରସ୍କାର ସମାରୋହ ଶନିବାର ରାତିରେ ଆସାମର ରାଜଧାନୀ ଗୌହାଟୀରେ ଆୟୋଜିତ ହୋଇଯାଇଛି । ପ୍ରଥମ ଥର ପାଇଁ ମୁମ୍ବାଇ ବାହାରେ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ବଲିଉଡର ନାମୀଦାମୀ କଳାକାରମାନେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଫିଲ୍ମ ‘ ଗଲି ବୟ’ ଏଥରକ ଫିଲ୍ମଫେୟାର ପୁରସ୍କାର ସମାରୋହରେ ଧୁମ ମଚାଇଛି ।

{"id":91814,"width":758,"height":569,"sizeSlug":"large"}

ଏହି ଫିଲ୍ମ ଅଧିକାଂଶ ଶ୍ରେଣୀରେ ଶ୍ରେଷ୍ଠ ପୁରସ୍କାର ହାସଲ କରିଛି । ଏହାକୁ ଶ୍ରେଷ୍ଠ ଫିଲ୍ମ ସହିତ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ଶ୍ରେଷ୍ଠ ସହ ଅଭିନେତା ଓ ସହ ଅଭିନେତ୍ରୀ, ଶ୍ରେଷ୍ଠ ଗୀତ ଓ ମ୍ୟୁଜିକ ଆଲବମ, ଶ୍ରେଷ୍ଠ ଚିତ୍ରନାଟ୍ୟ, ଏବଂ ଶ୍ରେଷ୍ଠ ସଂଳାପ ଶ୍ରେଣୀରେ ପୁରସ୍କୃତ କରାଯାଇଛି। ଗଲି ବୟ ଫିଲ୍ମ ପାଇଁ ରଣବୀର ସିଂଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଳାବେଳେ ସେଇ ଫିଲ୍ମରେ ଅଭିନୟ ପାଇଁ ଆଲିୟା ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଜୋୟା ଅଖତାରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି । ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ ଫିଲ୍ମ ପାଇଁ ଆଦିତ୍ୟ ଧରଙ୍କୁ ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ଦିଆଯାଇଛି । ରମେଶ ସିପ୍ପିଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ଦିଆଯାଇଛି । ଏଥରକ ଫିଲ୍ମଫେୟାର ପୁରସ୍କାର ହାସଲ କରିଥିବା କଳାକାରଙ୍କ ତାଲିକା:

{"id":91815,"width":693,"height":461,"sizeSlug":"large"}

ଶ୍ରେଷ୍ଠ ଗାୟକ: ଅରିଜିତ୍‌ ସିଂ (କଳଙ୍କ ନେହିଁ- ଫିଲ୍ମ କଳଙ୍କ)
ଶ୍ରେଷ୍ଠ ଗାୟିକା: ଶିଳ୍ପା ରାଓ (ଘୁଙ୍ଗରୁ-ୱାର)
ଶ୍ରେଷ୍ଠ ଡେବ୍ୟୁ ଡାଇରେକ୍ଟର: ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌
ଶ୍ରେଷ୍ଠ ଡେବ୍ୟୁ ଅଭିନେତା: ଅଭିମନ୍ୟୁ ଦାସାନି (ଫିଲ୍ମ- ମର୍ଦ କୋ ଦର୍ଦ ନେହିଁ ହୋତା)
ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ: ଅନନ୍ୟା ପାଣ୍ଡେ (ଫିଲ୍ମ:ଷ୍ଟୁଡେଣ୍ଟ ଅଫ ଦି ଇୟର -୨)
ଶ୍ରେଷ୍ଠ ଗୀତ: ଡିଭାଇନ ଏବଂ ଅଙ୍କିତ ତିୱାରୀ (ଫିଲ୍ମ: ଗଲି ବୟ)
ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ: ଗଲି ବୟ ଏବଂ କବୀର ସିଂ
ଶ୍ରେଷ୍ଠ ସହ ଅଭିନେତ୍ରୀ: ଅମୃତା ସୁଭାଷ (ଗଲି ବୟ)
ଶ୍ରେଷ୍ଠ ସହ ଅଭିନେତା: ସିଦ୍ଧାନ୍ତ ଚତୁର୍ବେଦୀ (ଗଲି ବୟ)
ଲାଇଫଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ: ରମେଶ ସିପ୍ପି
ଶ୍ରେଷ୍ଠ ଚିତ୍ରନାଟ୍ୟ: ରିମା କାଗତି ଏବଂ ଜୋୟା ଅଖତାର (ଗଲି ବୟ)
ଶ୍ରେଷ୍ଠ କାହାଣୀ: ଅନୁଭବ ସିହ୍ନା ଏବଂ ଗୌରବ ସୋଲାଙ୍କି (ଆର୍ଟିକଲ ୧୫)
ଶ୍ରେଷ୍ଠ ସଂଳାପ: ବିଜୟ ମୌର୍ଯ୍ୟ (ଗଲି ବୟ)
ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ: ଗଲି ବୟ
ଶ୍ରେଷ୍ଠ ଫିଲ୍ମ କ୍ରିଟିକ୍ସ: ଆର୍ଟିକଲ ୧୫ ଏବଂ ସୋନ ଚିଡିଆ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.