୬୬ଟି ବସ୍‌ରେ ସୁରତରୁ ଓଡିଶା ବାହୁଡିବେ ୪ ହଜାର ପ୍ରବାସୀ ଓଡିଆ

ଭୁବନେଶ୍ୱର ୦୧/୫: ପୁଣି ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଲା ୬୬ଟି ବସ୍ । ଏଥିରେ ପ୍ରାୟ ୪ ହଜାର ପ୍ରବାସୀ ଓଡିଶା ଫେରୁଛନ୍ତି । ସୁରତ ଜିଲ୍ଲାପାଳଙ୍କ ଅଫିସରେ ୭୦ଟି ବସ୍ ର ପରମିଟ୍ ପାଇଁ ଆବେଦନ କରିଥିଲେ ଓଡ଼ିଆମାନେ। ସୁରତ ଜିଲ୍ଲା ପ୍ରଶାସନ ସବୁ ବସ୍ କୁ ସାନିଟାଇଜ୍ କରିବା ପରେ ଓଡ଼ିଶା ଅଭିମୁଖେ ଛାଡ଼ିଛି । ସୁରତ ସହରର ବିରଭଞ୍ଜନ ସୋସାଇଟି ଓ ବମ୍ରୋଲିରୁ ୧୨ ଟି ବସ୍ ବାହାରିଥିବା ବେଳେ, କୋଡ଼ଦ୍ରାରୁ ୨ ଟି ବସ୍ ଏବଂ ଓଡ଼ିଆ ବହୁଳ ଡାଇମଣ୍ଡ ନଗରରୁ ୫୦ ଟି ବସ୍ ବାହାରିଛି ।

ସେହିପରି କିଛିଦିନ ତଳେ କିଛି ପ୍ରବାସୀ ଓଡିଆ ବସ୍‌ ଯୋଗେ ସୁରତରୁ ଗଞ୍ଜାମ ଫେରିଥିଲେ । ସମସ୍ତ ଗଞ୍ଜାମରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏବଂ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ ଲାଇନ୍‌ ଅନୁସାରେ ସେମାନଙ୍କୁ ରଖାଯାଇଛି ।

   ସମ୍ବନ୍ଧିତ ଖବର


ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

ଚଳିତ ବର୍ଷ କାର୍ତ୍ତିକରେ ଶ୍ରୀକ୍ଷତ୍ର ପୁରୀରେ ହବିଷ୍ୟାଳୀଙ୍କୁ ମନା- ନ ଆସିବା ପାଇଁ କହିଲେ ପୁରୀ ପ୍ରଶାସନ

ସମ୍‌ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ପ୍ଲାଷ୍ଟିକ୍‌ସର୍ଜରୀ ଦ୍ୱାରା ଯୋଡା ହେଲା ୯ ବର୍ଷ ବାଳକର କଟା ଅଙ୍ଗୁଳି

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ