PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

୬୬ ଜାତୀୟ ଚଳଚିତ୍ର ପୁରସ୍କାର : ଶ୍ରେଷ୍ଠ ଅଭିନେତା ଆୟୁଷ୍ମାନ ଓ ଭିକି କୌଶଲ ଏବଂ ଶ୍ରେଷ୍ଠ ଅଭିନେତ୍ରୀ କୀର୍ତ୍ତି ସୁରେଶ

ନୂଆଦିଲ୍ଲୀ ୨୩।୧୨:  ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସୋମବାର ପ୍ରଦାନ କରାଯିବ । ଉତ୍ସବରେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିବେ। ଆୟୁଷ୍ମାନ ଖୁରାନା ଓ ଭିକି କୌଶଲଙ୍କୁ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯିବ। ।

ଏହି ଉତ୍ସବରେ ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯିବ ।  ଆୟୁଷ୍ମାନ ଖୁରାନାଙ୍କୁ ‘ଅନ୍ଧାଧୁନ୍‍’ ଏବଂ ଭିକି କୌଶଲଙ୍କୁ ‘ଉରି’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯିବ। ସେହିପରି ତେଲୁଗୁ ଚଳଚ୍ଚିତ୍ର ‘ମହାନତୀ’ରେ ସାବିତ୍ରୀ ଭୂମିକାରେ ହୃଦୟସ୍ପର୍ଶୀ ଅଭିନୟ ପାଇଁ କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ । ‘ଉରି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଦିତ୍ୟ ଧର୍ ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯିବ। 

ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡମ୍ୟାନ୍‌’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ସାମାଜିକ ବିଷୟବସ୍ତୁ ସମ୍ବଳିତ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରିବାକୁ ଚୟନ କରାଯାଇଥିବା ବେଳେ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତ୍‍’ ଚଳଚ୍ଚିତ୍ର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ପୁରସ୍କୃତ ହେବ। ଭଂଶାଲୀଙ୍କୁ ମଧ୍ୟ ସେହି ଚଳଚ୍ଚିତ୍ରର ‘ଘୁମର୍‍’ ଗୀତ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିବ।

‘ପଦ୍ମାବତ୍‍’ ଚଳଚ୍ଚିତ୍ରର ଗୀତ ପାଇଁ ଶ୍ରେଷ୍ଠ ଗାୟକ ଭାବେ ଅରିଜତ୍‍ ସିଂହଙ୍କୁ ଚୟନ କରାଯାଇଥିବାବେଳେ କନ୍ନଡ଼ ଚଳଚ୍ଚିତ୍ର ‘ନଥିଚାରାମି’ ପାଇଁ ବିନ୍ଦୁମାଳିନୀଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ପୁରସ୍କୃତ କରାଯିବ। ପରିବେଶ ସୁରକ୍ଷା ଉପରେ ଆଧାରିତ ମରାଠୀ ଚଳଚ୍ଚିତ୍ର ‘ପାଣି’କୁ ମଧ୍ୟ ପୁରସ୍କୃତ କରାଯିବ।

ସେହିପରି କନ୍ନଡ଼ ଚଳଚ୍ଚିତ୍ର ‘ଓନ୍ଦାଲା ଏରାଦାଲା’କୁ ଜାତୀୟ ସଂହତି ପାଇଁ ନର୍ଗିସ ଦତ୍ତ ପୁରସ୍କାରରେ ସମ୍ମାନିତ କରାଯିବ। ନନ୍‍-ଫିଚର ଫିଲ୍ମ ବର୍ଗରେ ‘ସନ୍‍ରାଇଜ୍‍ ଏଣ୍ଡ ଦି ସିକ୍ରେଟ୍‍ ଅଫ୍‍ ଲାଇଫ୍‍ ଅଫ୍‍ ଫ୍ରଗ୍‌ସ’କୁ ପୁରସ୍କୃତ କରାଯିବ। ଉତ୍ତରାଖଣ୍ଡକୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁକୂଳ ରାଜ୍ୟ ଭାବେ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର