PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

୧୯ ବର୍ଷର ଯୁବତୀଙ୍କୁ ୬୭ ବର୍ଷର ବୃଦ୍ଧ କଲେ ପ୍ରେମ ବିବାହ,ଏବେ ପରିବାର ଲୋକଙ୍କଠାରୁ ବିପଦ ଥିବା ଦର୍ଶାଇ ହାଇକୋର୍ଟରୁ ମାଗିଲେ ସୁରକ୍ଷା

https://navbharattimes.indiatimes.com

ପଲଓ୍ବଲ,୫।୮: କଥାରେ ଅଛି ପ୍ରେମ ଅନ୍ଧ। ମାନେ ନାହିଁ କାହାର ବାଧା କି ବନ୍ଧନ।   ହରିୟାଣାର ପଲଓ୍ବଲରେ ଏଭଳି ଏକ ପ୍ରେମ ବିବାହ ମାମଲା ସମସ୍ତଙ୍କୁ ଚକିତ କରିଛି। ୧୯ ବର୍ଷର ଜଣେ ଯୁବତୀଙ୍କୁ ୬୭ ବର୍ଷର ବୃଦ୍ଧଙ୍କୁ ହୋଇଗଲା ପ୍ରେମ। ଦୁହେଁ ବିବାହ ମଧ୍ୟ କରିନେଇଛନ୍ତି। ଏବେ ଏହି ଯୋଡି ବିବାହ ପରେ ଭାବୁଛନ୍ତି ତାଙ୍କୁ ପରିବାର ପ୍ରତି ବିପଦ ରହିଛି। ଏଭଳି ପରିସ୍ଥିତିରେ ସେମାନେ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ୬୭ ବର୍ଷୀୟ ଏହି ବ୍ୟକ୍ତିଜଣଙ୍କର ୭ଟି ସନ୍ତାନ ଅଛନ୍ତି ଓ ସମସ୍ତେ ବିବାହ କରିସାରିଛନ୍ତି। ଏପରିକି ତାଙ୍କର ନୂତନ ପତ୍ନୀ ମଧ୍ୟ ଆଗକୁ ବିବାହ କରିଥିଲେ।

ବୃଦ୍ଧ ଜଣକ ଝିଅର ପରିବାର ଲୋକଙ୍କଠାରୁ ଜୀବନ ପ୍ରତି ବିପଦ ଅଛି ବୋଲି କହି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। କୋର୍ଟ ମଧ୍ୟ ଏହି ବ୍ୟକ୍ତିଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କୋର୍ଟ ହରିୟାଣା ପୋଲିସଙ୍କୁ ଦୁହିଁଙ୍କର ସୁରକ୍ଷା ନିର୍ଦେଶ ଦେଇଛନ୍ତି। ପୋଲିସ ମଧ୍ୟ ଏହି ମାମଲାର ଯାଞ୍ଚ କରିବ ଯେ, ଦୁହିଁଙ୍କ ବିବାହ କେଉଁ ପରିସ୍ଥିତିରେ ହୋଇଛି।

ହାଇକୋର୍ଟ ମାମଲାର ଗମ୍ଭୀରତାକୁ ଦେଖି ପଲଓ୍ବଲର ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଏକ ଟିମ୍ ଗଠନ କରନ୍ତୁ, ଯେଉଁଥିରେ ମହିଳା ପୋଲିସ କର୍ମଚାରୀଙ୍କୁ ସାମିଲ କରାଯିବ। ଏହି ଟିମ୍ ଝିଅଟିକୁ ସୁରକ୍ଷା ଯୋଗାଇ ଦେବେ। ବୟସ୍କ ବ୍ୟକ୍ତି ଜଣଙ୍କର ୭ ଜଣ ସନ୍ତାନ ରହିଥିବା ବେଳେ ସମସ୍ତେ ବିବାହିତ। ତାଙ୍କ ପତ୍ନୀଙ୍କୀ ୪ ବର୍ଷ ପୂର୍ବେ ମୃତ୍ୟୁ ହୋଇସାରିଛି। ଡିଏସପିଙ୍କ କହିବା ଅନୁସାରେ, ଝିଅର ପରିବାର ଲୋକଙ୍କର ଗାଁରେ ଜମି ବିବାଦ ଥିଲା । ସେତେବେଳେ ଏହି ବ୍ୟକ୍ତିଜଣକ ତାଙ୍କର ସାହାଯ୍ୟ କରିବାକୁ ଯାଉଥିଲେ। ସେତେବେଳେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ପରେ ସେମାନେ ବିବାହ କରିଥିଲେ।

ସମ୍ବନ୍ଧିତ ଖବର