ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର ୯/୦୬: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର୍‌ ଜୁଲାଇ ୭ ତାରିଖରୁ ଆରମ୍ଭ ହେବ । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ଅଧ୍ୟକ୍ଷମାନଙ୍କୁ ଚିଠି ଦିଆଯାଇଛି ।

ବିଶ୍ୱବିଦ୍ୟାଳୟର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଆସନ୍ତା ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ପିଲାଙ୍କ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ପରେ ୨୪ରୁ ୨୩ ତାରିଖ ପର୍ଯ୍ୟନ୍ତ ଥିଓରି ପରୀକ୍ଷା କରାଯିବ । ଛାତ୍ରଛାତ୍ରୀମାନେ ୨୮ ଜୁଲାଇ ସୁଦ୍ଧା ପ୍ରୋଜେକ୍ଟ ପେପର୍‌ ଦେବେ ଓ ସେହି ସମୟ ଭିତରେ ଏହାର ମାର୍କ ମଧ୍ୟ ମିଳିବ । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା ହେବ ।

ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତେ ମାସ୍କ୍‌ ପିନ୍ଧିବେ । ସାନିଟାଇଜ୍‌ର ବ୍ୟବହାର କରିବେ ଆଉ ସାମାଜିକ ଦୂରତା ରକ୍ଷା କରିବେ । ସେହିଭଳି ସବୁଦିନ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବ । ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ତାପମାତ୍ରା ମାପିବା ପାଇଁ ସବୁ କଲେଜରେ ଥର୍ମାଲ୍‌ ସ୍କ୍ରାନର୍‌ ବ୍ୟବସ୍ଥା କରିବାକୁ ଚିଠିରେ କୁହାଯାଇଛି । ଏବାବଦୀୟ ଖର୍ଚ୍ଚ କଲେଜର ଉନ୍ନୟନ ଫଣ୍ଡ୍‌ରୁ ବହନ କରାଯିବ ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କରୋନା

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ