PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ସେପ୍ଟେମ୍ବର ୧ରୁ ନୂଆ ଆୟକର ନିୟମ: ଜାଣନ୍ତୁ କେମିତି କରିବେ ଆୟକର ରିଟର୍ଣ୍ଣ

ନୂଆଦିଲ୍ଲୀ ୩୧/୮:ସାଧାରଣତଃ ଆୟକର ସଂକ୍ରାନ୍ତ ପରିବର୍ତ୍ତନଗୁଡିକ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହୋଇଥାଏ । କିନ୍ତୁ ଚଳିତ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଏ ବର୍ଷ ଜୁଲାଇ ମାସରେ ଉପସ୍ଥାପିତ ହୋଇଛି । ତେଣୁ ଏଥିରେ କରାଯାଇଥିବା ସଂଶୋଧନଗୁଡିକ ୨୦୧୯ ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବ ।
କ’ଣ ଏହି ପରିବର୍ତ୍ତନ

ସ୍ଥାବର ସମ୍ପତି କ୍ରୟରେ ଅତିରିକ୍ତ ଫି’ ଉପରେ ଟିଡିଏସ୍‌ । ଯେତେବେଳେ ଜଣେ ଏକ ସ୍ଥାବର ସମ୍ପ୍ରତି କ୍ରୟ କରୁଛନ୍ତି ସେତେବେଳେ କ୍ଲବ୍‌ ସଦସ୍ୟତା ଫି’, କାର ପାର୍କିଂ ଦେୟ, ବିଦ୍ୟୁତ୍‌ ଏବଂ ଜଳ ବିଲ୍‌ ଏଭଳି ଅନ୍ୟାନ୍ୟ ସୁବିଧା ପାଇଁ ତାଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିଥାଏ । ପ୍ରପର୍ଟି ମୂଲ୍ୟ ସହ ଏସବୁ ମିଶି ଟିଡିଏସ୍‌ ହିସାବ ହେବ ।

ବର୍ଷକୁ ବ୍ୟାଙ୍କ ଆକାଉଣ୍ଟ ତଥା ଡାକଘରୁ ମୋଟ ଉଠାଣ ୧ କୋଟି ଟଙ୍କା ଅତିକ୍ରମ କଲେ ଏଥିରେ ଟିଡିଏସ୍‌ ଲାଗୁ ହେବ । ଅଧିକ ନଗଦ ଉଠାଣକୁ ରୋକି ଦେଶକୁ ନଗଦବିହୀନ ଅର୍ଥନୀତିରେ ରୂପାନ୍ତର କରିବା ଏହାର ଲକ୍ଷ୍ୟ ।

ବ୍ୟକ୍ତିବିଶେଷ ତଥା ହିନ୍ଦୁ ଅବିଭକ୍ତ ପରିବାର ବିଭିନ୍ନ କାର୍ଯ୍ୟ ପାଇଁ ଠିକାଦାର ତଥା ଅନ୍ୟାନ୍ୟ ପ୍ରଫେସନାଲମାନଙ୍କୁ ବାର୍ଷିକ ୫୦ ଲକ୍ଷ ଟଙ୍କାରୁ ଅଧିକ ପେମେଣ୍ଟ କଲେ ଏହା ଉପରେ ୫%ର ଟିଡିଏସ୍‌ କଟାଯିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଧାରିତ ପରିମାଣରୁ ଊଦ୍ଧ୍ୱର୍ ଆର୍ଥିକ କାରବାରକୁ ନେଇ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାନଗୁଡିକ ରିପୋର୍ଟ କରୁଥିଲେ । ୫୦,୦୦୦ କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ଆର୍ଥିକ କାରବାର କ୍ଷେତ୍ରରେ ଏମାନେ ରିପୋର୍ଟ କରୁଥିଲେ । କିନ୍ତୁ ନୂଆ ନିୟମରେ ଏହାକୁ ଉଠାଇ ଦିଆଯାଇଛି । ସେପ୍ଟେମ୍ବର ୧ରୁ ଛୋଟ ଛୋଟ ସନ୍ଦେହଜନକ ଟ୍ରାଞ୍ଜାକ୍‌ସନ୍‌କୁ ନେଇ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକ ଆୟ କର ବିଭାଗକୁ ଜଣାଇବେ । ଆୟକର ରିଟର୍ଣ୍ଣ(ଆଇଟିଆର୍‌) ଯାଞ୍ଚ ବେଳେ ଏହି ତଥ୍ୟର ବ୍ୟବହାର ହେବ ।

ନୂଆ ନିୟମ ଅନୁସାରେ ନିର୍ଦ୍ଧାରିତ ଡେଡ୍‌ଲାଇନ୍‌ ମଧ୍ୟରେ ଆଧାର ସହ ପାନ୍‌ ସଂଯୋଗ ହୋଇ ନ ଥିଲେ ବି ଏହାର ବୈଧତା ରହିବ ।