PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବିସର୍ଜନ ବେଳେ ଦୁର୍ଘଟଣା, ପାଣିରେ ବୁଡି ୭ ଜଣ ଝିଅଙ୍କର ଚାଲିଗଲା ଜୀବନ

ଲାତେହାର,୧୮।୭: ଝାଡଖଣ୍ଡର ଲାତେହାରରେ ବଡ ଧରଣର ଦୁର୍ଘଟଣା। ଜିଲ୍ଲାର ବାଲୁମଥାରେ କରମା ବିସର୍ଜନ ବେଳେ ପାଣିରେ ବୁଡି ୭ ଜଣ ଝିଅଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ବାଲୁମାଥା ଥାନା ଅନ୍ତର୍ଗତ ଶେରେଗାଡା ଗାଁର ମନନଡିହ ଟୋଲାରେ ଘଟିଛି। କରମା ବିସର୍ଜନ ବେଳେ ଏହି ୭ ଜଣ ଝିଅ ପାଣିରେ ବୁଡି ଯାଇଥିଲେ। ସମସ୍ତଙ୍କ ବୟସ ୧୦ ରୁ ୨୦ ବର୍ଷ ଭିତରେ ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇ ବାଲୁମାଥା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ଘଟଣା ପରେ ପୁରା ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମୃତକଙ୍କ ଭିତରେ ଗୋଟିଏ ଘରର ୩ ଝିଅ ରହିଛନ୍ତି। ମନନଡିହ ଟୋଲା ନିବାସୀ ଅକଲୁ ଗଞ୍ଜୁଙ୍କ ୩ ଝିଅଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରେଖା କୁମାର(୧୮ ବର୍ଷ), ଲକ୍ଷ୍ମୀ କୁମାର(୮ ବର୍ଷ), ରିନା କୁମାରୀ(୧୧ ବର୍ଷ), ମୀନା କୁମାରୀ(୮ ବର୍ଷ), ପିଙ୍କି କୁମାରୀ(୧୫ ବର୍ଷ), ସୁଷମା କୁମାରୀ(୭ ବର୍ଷ), ସୁନିତା କୁମାରୀ(୧୭ ବର୍ଷ) ରହିଛନ୍ତି। ଆଦିବାସୀ ପର୍ବ କରମା ଶୁକ୍ରବାର ଦିନ ଖୁବ୍ ଧୂମଧାମରେ ପୁରା ରାଜ୍ୟରେ ପାଳନ କରାଯାଇଛି। କିନ୍ତୁ ଲାତେହାରର ବାଲୁମାଥରେ ଏହି ଭୟଙ୍କର ଦୁର୍ଘଟଣା କାରଣରୁ ପର୍ବର ଖୁସିକୁ ଦୁଃଖରେ ପରିଣିତ କରିଥିଲା।

ସମ୍ବନ୍ଧିତ ଖବର