କରୋନା ସଚେତନତା ଅଭିଯାନରେ MPର ୭ ଲେଡି ଓ୍ୱାରିୟର୍

ଗୁନା ୫/୫: କରୋନା ଭାଇରସ୍‌ ମହାମାରୀର ମୁକାବିଲା ପାଇଁ ଡାକ୍ତର, ପାରାମେଡିକାଲ କର୍ମଚାରୀ, ପୁଲିସ, ସଫେଇକର୍ମୀମାନେ ଅହରହ ସଂଘର୍ଷ କରୁଛନ୍ତି । ଏହି ଲଢ଼େଇରେ ସାମିଲ ହୋଇଛନ୍ତି ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ରାଧୌଗଡ଼ ଗାଁର ୭ ଝିଅ। ସେମାନେ ବାଡ଼ି ଧରି ରାସ୍ତାରେ ଥିବା ଛକଜାଗା, କିଓସ୍କ ସେଣ୍ଟର, ଦୋକାନ ପ୍ରଭୃତି ବାହାରେ ପ୍ରାୟ ୮ ଘଣ୍ଟା ଜଗି ରହୁଛନ୍ତି । ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଭିଡ଼ ସ୍ଥାନରେ ସାମାଜିକ ଦୂରତ୍ୱ ନିୟମ ପାଳନ ସମ୍ପର୍କରେ ସଚେତନ କରିବା । ସେହିପରି ମାସ୍କ ପିନ୍ଧିବାର ଉପକାରିତା ସମ୍ପର୍କରେ ମଧ୍ୟ ବୁଝାଉଛନ୍ତି ।

ରିପୋର୍ଟ ଅନୁସାରେ, କରୋନା ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି ହେବା ପରେ ଏହାକୁ ପାଳନ କରାଇବା ପାଇଁ ସ୍ଥାନୀୟ ପୁଲିସ ଅବିରତ ଉଦ୍ୟମ ଜାରି ରଖିଛି । ତାକୁ ଦେଖି ରାଧୌଗଡ଼ ଗାଁର ୭ ଜଣ ଝିଅ ଦୀପ୍ତି ଶରଣ, କାଜଲ ସେଲର, ଶାଲୁ ଯାଟବ, କୀର୍ତ୍ତି କେୱଟ୍‌, ସିମରନ୍‌ ଯାଟବ, ପୁନମ ଶର୍ମା ଏବଂ ମହିମା ସିଂହ ଥାନାରେ ପହଞ୍ଚି ଜନସେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ଏହାପରେ ଥାନା ପ୍ରଭାରୀ ଯୋଗେନ୍ଦ୍ର ସେମାନଙ୍କୁ ନଗରରକ୍ଷା ସମିତିରେ ସାମିଲ କରିଥିଲେ । ସେବେଠାରୁ ସେମାନେ ପୁଲିସ ସହିତ ମିଶି ସେବା ଯୋଗାଉଛନ୍ତି । ଏମାନଙ୍କ ମଧ୍ୟରୁ ପୁନମ୍‌ ଶର୍ମା ବିଟେକ୍‌ ପଢ଼ିଛନ୍ତି । ସେହିପରି ଅନ୍ୟଜଣେ ଛାତ୍ରୀ ବିଏସ୍‌ସି ପଢ଼ିଛନ୍ତି । ସେମାନଙ୍କର ଏଭଳି ମହତ ଉଦ୍ୟମକୁ ପୁଲିସ ବିଭାଗ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି । ଗ୍ୱାଲିଅର ଜୋନ୍‌ର ଏଡିଜି ରାଜାବାବୁ

ସିଂହ କହିଛନ୍ତି, ଏହି ଝିଅମାନଙ୍କର ଉଦ୍ୟମ ପ୍ରଶଂସନୀୟ । ସେମାନଙ୍କ ନିଷ୍ଠାକୁ ପ୍ରଣାମ କରୁଛି । ପରିସ୍ଥିତି ସାମାନ୍ୟ ହେବା ପରେ ଏମାନଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯିବ ।’

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ